ଝାଡଖଣ୍ଡରୁ ସୋର ଯାଏ ଲମ୍ବିଛି ଚୋରା ଜିଞର କାରବାରର ଚେର

ସୋର ୧୧/୦୮: (ସଂକେତ୍ ଟିଭି) ଝାଡ଼ଖଣ୍ଡରୁ ବାଲେଶ୍ବର ଜିଲ୍ଲାର ସୋର ଯାଏ ଲମ୍ବିଛି ଚୋରା ଜିଞର କାରବାରର ଚେର । ଝାଡଖଣ୍ଡ ଦେଓଘରରୁ ନିର୍ମିତ ଜିଞର ସୋରରୁ ଜବତ ପରେ ଏହି ଖୁଲାସା କରିଛି ଅବକାରୀ ବିଭାଗ ।

ବାଲେଶ୍ଵର ଜିଲ୍ଲା ସୋର ଓ ଔପଦା କୁଲଢିଆ ସଂରକ୍ଷିତ ଜଙ୍ଗଲ ସରଲିଆ ନୂଆଗାଁରେ ଅବକାରୀ ବିଭାଗ ଚଢ଼ାଉ କରି ୬ ହଜାର ଲିଟର ପୋଚ ନଷ୍ଟ କରିବା ସହିତ ୩୭୦ ଲିଟର ଚୋରା ଦେଶୀ ମଦ ନଷ୍ଟ କରିଛି । ଅବକାରୀ ବିଭାଗ ଚଢ଼ାଉ ଖବର ପାଇ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ । ପରେ ସୋର ଥାନା ପାଖର ସରସ୍ବତୀ ପୁର ଗାଁର ସୁନୀଲ ପଣ୍ଡା ଠାରୁ ୫ ଲିଟର ବିଦେଶୀ ମଦ ଓ ଶାନ୍ତିଲତା ପ୍ରଧାନ ଠାରୁ ୧୦ ଲିଟର ଚୋରା ଜିଞର ଅବକାରୀ ବିଭାଗ ଜବତ କରି ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।