Latest

ପତାକା ଉତ୍ତୋଳନ ପାଇଁ ଖୁଣ୍ଟ ପୋତିବା ବେଳେ ବିଦ୍ୟୁତଘାତରେ ହୋମଗାର୍ଡ଼ ମୃତ, କନଷ୍ଟେବଲ ଗୁରୁତର

ଖୋର୍ଦ୍ଧା,୧୫/୦୮: (ସଂକେତ୍ ଟିଭି) ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଅଘଟଣ । ପତାକା ଉତ୍ତୋଳନ ପାଇଁ ଖୁଣ୍ଟ ପୋତିବା ବେଳେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ହୋମଗାର୍ଡ଼ ମୃତ୍ଯୁବରଣ କରିଥିବାବେଳେ କନଷ୍ଟେବଲ ଗୁରୁତର ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ସିକୋ ଫାଣ୍ଡି ପରିସରରେ ଏହି ଦୁଃଖଦ ଘଟଣା ଘଟିଛି ।

ମୃତକ ଗ୍ରାମରକ୍ଷୀ ଜଣକ ହେଲେ ଧନେଶ୍ଵର ଦାସ। ଆହତ ହୋଇଥିବା କନେଷ୍ଟବଳ ଜଣକ ହେଲେ ବୀରକିଶୋର ଭୋଳ ।

ସୂଚନା ଅନୁସାରେ, ସ୍ବାଧୀନତା ଦିବସ ଅବସରରେ ପତାକା ଉତ୍ତୋଳନ ପାଇଁ ଫାଣ୍ଡି ପରିସରରେ ରବିବାର ସକାଳେ ଖୁଣ୍ଟ ପୋତା ଯାଇଥିଲା । ଖୁଣ୍ଟଟି ନିକଟରେ ଯାଇଥିବା ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା । ଫଳରେ ଖୁଣ୍ଟ ପୋତୁଥିବା ଗ୍ରାମରକ୍ଷୀ ଧନେଶ୍ଵର ଦାସ ଓ କନେଷ୍ଟବଳ ବୀରକିଶୋର ଭୋଳ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ଖୋର୍ଦ୍ଧା ମେଡିକାଲକୁ ଅଣାଯାଇଥିଲା। ସେଠାରେ ଡାକ୍ତର ଗ୍ରାମରକ୍ଷୀ ଧନେଶ୍ଵର ଦାସଙ୍କୁ ମୃତ ଘୋଷଣା କରିଥିଲେ। କନେଷ୍ଟବଳଙ୍କୁ ଗୁରୁତର ଭାବେ ଏମ୍ସ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।