ମହିଳାଙ୍କୁ ଫୋନରେ ପ୍ରେମ ନିବେଦନ କରି ବିଚ୍ ରାସ୍ତାରେ ଚପଲରେ ମାଡ ଖାଇଲେ ଯୁବକ

ସୋର ୧୯/୦୮ : (ସଂକେତ ଟିଭି) ମହଙ୍ଗା ପଡିଲା ଫେସବୁକ୍ ପ୍ରେମ । ମହିଳାଙ୍କୁ ଫୋନରେ ପ୍ରେମ ନିବେଦନ କରି ବିଚ୍ ରାସ୍ତାରେ ଚପଲରେ ମାଡ ଖାଇଲେ ଯୁବକ । ବାଲେଶ୍ବର ଜିଲ୍ଲା ସୋର ୧୬ନଂ ଜାତୀୟ ରାଜପଥ ଖନ୍ତାପଡା ଥାନା ଶେରଗଡ ନିକଟରେ ଜଣେ ଯୁବକକୁ ଜଣେ ମହିଳା ଗୋଡାଇ ଗୋଡାଇ ଚପଲରେ ପିଟୁଥିବା ଦେଖିବାକୁ ମିଳିଥିଲା ।

ସୂଚନା ଅନୁସାରେ, ଖଇରା ବ୍ଲକ୍  ତୁଡିଗଡିଆ ଅଞ୍ଚଳର ଚିତ୍ତ ପାଢୀ ନାମକ ଜଣେ ଯୁବକ ଫେସ୍ ବୁକ୍ ରୁ ନମ୍ବର ପାଇ ଶେରଗଡ ଅଞ୍ଚଳର ଜଣେ ମହିଳାଙ୍କୁ ବାରମ୍ବାର ପ୍ରେମ ନିବେଦନ କରିଆସୁଥିଲେ । ମହିଳାଙ୍କ ବାରଣ ସତ୍ବେ ଯୁବକ ଜଣକ ବିଭିନ୍ନ ସମୟରେ ଫୋନ କରି ଅଶ୍ଳୀଳ କଥା କହୁଥିଲେ । ମହିଳା ଜଣକ ଯୁବକଙ୍କୁ ପାନେ ଦେବା ପାଇଁ ବହଲେଇ ଫୁସଲେଇ ଫୋନ କରି ଶେରଗଡ ଟୁଲ୍ ଗେଟ୍ ନିକଟକୁ ଡାକିଥିଲେ । ଯୁବକ ଜଣକ ପହଞ୍ଚିବା ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ମହିଳା ଜଣକ ୧୬ ନଂ ଜାତୀୟ ରାଜପଥ କଡରେ ଚପଲରେ ନିସ୍ତୁକ ପିଟୁଥିବା ଭିଡିଓ ଏବେ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି ।