ଫିଲ୍ମ ସୁଟିଂ ସମୟରେ ଅଭିନେତା ଅଭିଷେକ ବଚ୍ଚନ ଆହତ, ଡାକ୍ତରଖାନାରେ ଭର୍ତ୍ତି

ମୁମ୍ବାଇ ୨୩।୦୮: (ସଂକେତ ଟିଭି) ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ଚେନ୍ନାଇରେ ଫିଲ୍ମ ସୁଟିଂ ସମୟରେ ଆହତ ହୋଇଛନ୍ତି । ତାଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ ଅଭିଷେକ ବଚ୍ଚନ 2019 ମସିହାରେ ରିଲିଜ ହୋଇଥିବା ତାମିଲ ଥ୍ରୀଲର ଚଳଚ୍ଚିତ୍ର ‘ଓଥା ସେରୁପୁ ସାଇଜ୍ 7’ର ହିନ୍ଦୀ ରିମେକର ଅଧିକାର କିଣିଛନ୍ତି। ସେ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିବେ। ନିକଟରେ ଅଭିଷେକ ବଚ୍ଚନ ଚେନ୍ନାଇରେ ଏହି ଚଳଚ୍ଚିତ୍ରର ସୁଟିଂ ଆରମ୍ଭ କରିଥିଲେ।

ତେବେ ଏହି ଚଳଚିତ୍ର ସୁଟିଂ ସେଟ୍ କୁ କ୍ରୁ ସଦସ୍ୟମାନଙ୍କୁ ମଧ୍ଯ ଫୋନ୍ ନେବାକୁ ବାରଣ କରାଯାଇଛି । ଏହା ଦ୍ବାରା ଫିଲ୍ମର ରହସ୍ୟ ବଜାୟ ରହିବ। ଏହି ଥ୍ରୀଲର ଫିଲ୍ମର କାହାଣୀ ହତ୍ଯା ଅଭିଯୋଗରେ ଗିରଫ ହୋଇଥିବା ଜଣେ ବ୍ଯକ୍ତିଙ୍କ ଉପରେ ଆଧାରିତ ।

ଅଭିଷେକ ଏହି ଫିଲ୍ଲର ସୁଟିଂ ଚେନ୍ନାଇରେ ଚାଲିଥିବା ସମୟରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ତାଙ୍କ ଡାହାଣ ହାତର ହାଡ ଭାଙ୍ଗି ଯାଇଛି। ତେବେ ତାଙ୍କୁ ମୁମ୍ବାଇ ଅଣାଯାଇ ଲୀଳାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାକ୍ତରଖାନାକୁ ଭେଟିବା ପାଇଁ ଅମିତାଭ ବଚ୍ଚନ ଏବଂ ଶ୍ୱେତା ବଚ୍ଚନ ଡାକ୍ତରଖାନାରେ ପହଞ୍ଚିଥିଲେ।