ଓଡିଶାରେ ସେପ୍ଟେମ୍ବରରେ ଆସିବ ତୃତୀୟ ଲହର, ଅଧିକ ପ୍ରଭାବିତ ହୋଇପାରନ୍ତି ଶିଶୁ

ଭୁବନେଶ୍ୱର ୨୩।୦୮: (ସଂକେତ ଟିଭି) ଓଡିଶାରେ ସେପ୍ଟେମ୍ବରରେ ଆସିବ ତୃତୀୟ ଲହର ଆସିବ । ଯଦି ସେପ୍ଟେମ୍ବରରେ ତୃତୀୟ ଲହର ଆରମ୍ଭ ହୁଏ ତେବେ ଏହା ଅକ୍ଟୋବରରେ ପିକ୍‌ ନେବ। ତେବେ ଏହି ତୃତୀୟ ଲହରରେ ଶିଶୁ ମାନେ ବିଶେଷ ଭାବରେ ପ୍ରଭାବିତ ହେବାର ସମ୍ଭାବନା ରହିଛି । ପିକ ପିରିୟଡ଼ରେ ପ୍ରତିଶତ ୧୦୦ ଜଣଙ୍କ ମଧ୍ୟରେ ୨୩ଟି ଶିଶୁ ହସ୍ପିଟାଲାଇଜ୍ ହେବେ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି।

ଦ୍ୱିତୀୟ ଲହର ୬୪ ଦିନରେ ପିକ ନେଇଥିଲା। ତେବେ ତୃତୀୟ ଲହର ଆସିଲେ ତାହାର ପିକ ପିରିୟଡ଼ ପାଇଁ ଆମକୁ ଅପେକ୍ଷା କରିବାକୁ ପଡ଼ିବ। ମାତ୍ର ଆମେ ଏବେ ବି ଦ୍ୱିତୀୟ ଲହରରେ ରହିଛି ବୋଲି ସେ କହିଛନ୍ତି।

ତୃତୀୟ ଲହରରେ ଶିଶୁମାନେ ବେଶୀ ପ୍ରଭାବିତ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ରାଜ୍ଯ ସରକାର ସବୁ ବ୍ୟବସ୍ଥା କରିଛନ୍ତି । ସବୁ କୋଭିଡ ହସ୍ପିଟାଲରେ ଶିଶୁ ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଶିଶୁ ଭବନରେ ସେଣ୍ଟ୍ରାଲ ଅଫ ଏକ୍ସିଲେନ୍ସି କରାଯାଉଛି ବୋଲି ସେ କହିଛନ୍ତି।