ଏଣିକି ଉଡନ୍ତା ବିମାନରେ ମିଳିବ ଇଣ୍ଟରନେଟ୍ ସେବା

ନୂଆଦିଲ୍ଲୀ ୨୬।୦୮: (ସଂକେତ୍ ଟିଭି) କେନ୍ଦ୍ର ସରକାର ନିଜ ସୀମାରେ ଉଡୁଥିବା ବିମାନରେ ଓ୍ୱାଇ-ଫାଇ ଚଳାଇବା ପାଇଁ ଅନୁମତି ଦେଇଛନ୍ତି । ଅର୍ଥାତ୍ ଯାତ୍ରୀମାନେ ଏବେ ଉଡ଼ନ୍ତା ବିମାନରେ ଇଣ୍ଟରନେଟ୍ ବ୍ୟବହାର କରିପାରିବେ । କିନ୍ତୁ ଉଡାଜାହାଜରେ ଓ୍ୱାଇ-ଫାଇ ଚାଲିବ କି ନାହିଁ ତାହା ପାଇଲଟଙ୍କ ଅନୁମତି ଉପରେ ନିର୍ଭର କରେ ।

ପ୍ରଶ୍ନ ଉଠୁଛି ଓ୍ୱାଇ-ଫାଇ ଚାଲିବ କିପରି? କାରଣ ଏତେ ଉପରେ ଇଣ୍ଟରନେଟ୍ ଆସି ନ ଥାଏ । ପ୍ଲେନ୍ ଟେକ୍ ଅଫ୍ ବେଳେ ଫୋନ୍କୁ ଫ୍ଲାଇଟ୍ ମୋଡରେ ରଖିବା ପାଇଁ କୁହାଯାଇଥାଏ ।

ତେବେ ଫୋନରେ ଓ୍ୱାଇଫାଇ କିପରି ଚାଲି ପାରିବ?
ଏଥି ପାଇଁ ଦୁଇଟି ଉପାୟ ରହିଛି । ସାଟେଲାଇଟ୍ କନେକ୍ସନ୍ ଟିଭି ସିଗ୍ନାଲ୍ ଯେପରି କାମ କରେ ସାଟେଲାଇଟ୍ କନେକ୍ସନ୍ ଠିକ୍ ସେହିପରି କାମ କରିବ । ପ୍ଲେନରେ ରାଉଟର୍ ଲଗାଯିବ । ଏହା ପ୍ଲେନରେ ଲାଗିଥିବା ଆଣ୍ଟିନା ସହ ସଂଯୋଗ ହୋଇଥିବ । ଏହି ଆଣ୍ଟିନା ସାଟେଲାଇଟ୍କୁ ସିଗ୍ନାଲ ପଠାଇବ । ସେଟେଲାଇଟ୍ ସେହି ସିଗ୍ନାଲ୍କୁ ଭୂଇଁରେ ତିଆରି ହୋଇଥିବା ଗ୍ରାଉଣ୍ଡ୍ ଷ୍ଟେସନ୍ ସହ ସଂଯୋଗ କରିବ । ସେଠାରେ ଇଣ୍ଟରନେଟ୍ ଡାଟା ବ୍ୟବହାର କରିବା ପାଇଁ ରିକ୍ବେଷ୍ଟ ଆସିବା ପରେ ସେ ଦେଖିବେ ଯେ କେତେ ଖର୍ଚ୍ଚ ହେଉଛି । ଏହା ପରେ ସେ ଇଣ୍ଟରନେଟ୍ କନେକ୍ଟ ହେବ ।

ସିଗ୍ନାଲ ପାଇଁ ପ୍ଲେନରେ ଲାଗିଥିବା ଆଣ୍ଟିନା ଭୂଇଁରେ ଥିବା ଟାଓ୍ୱାର ସହ ସଂଯୋଗ ହୋଇଥିବ । ଭୂଇଁରେ ଥିବା ଟାଓ୍ୱାରର ସିଗ୍ନାଲ ଅଧିକ ଦୂର ପର୍ଯ୍ୟନ୍ତ ଯଦି ନ ଥାଏ ତାହେଲେ ସମସ୍ୟା ହୋଇଥାଏ । ଏହା ବ୍ୟତୀତ ପ୍ଲେନ୍ ଅଧିକ ଉଚ୍ଚତାରେ ରହିଲେ ମଧ୍ୟ ସିଗ୍ନାଲ କନେକ୍ଟ କରିବାରେ ସମସ୍ୟା ହୋଇପାରେ । କିଛି ଏୟାରଲାଇନ୍ସ ବିଜନେସ୍ କ୍ଲାସ୍ କିମ୍ବା ଫାର୍ଷ୍ଟ କ୍ଲାସରେ ଇଣ୍ଟରନେଟ୍ ସୁବିଧା ଯୋଗାଇଥାଏ ।

ପ୍ଲେନରେ ଆଣ୍ଟିନା ଲଗାଇବା ମହଙ୍ଗା କାମ । ଏହାର ଓଜନର ପ୍ରଭାବ ପ୍ଲେନ୍ ଉପରେ ବଢିବ । ଫଳରେ ଇନ୍ଧନ ଖର୍ଚ୍ଚ ଅଧିକ ପଡିବ । ଟିକେଟ୍ ଦାମ ବି ବଢିପାରେ । ଆଉ କିଛି ଏୟାରଲାଇନ୍ସ ନୂଆ ପ୍ଲେନରେ ଆଣ୍ଟିନା ଲଗାଇବା ଯୋଜନା କରିଛନ୍ତି । ପୁରୁଣା ପ୍ଲେନରେ ଆଣ୍ଟିନା ଲଗାଇଲେ ତାକୁ ସର୍ଭିସରୁ କିଛି ଦିନ ପାଇଁ ବାଦ୍ ଦେବାକୁ ପଡିବ ।

ପ୍ଲେନରେ ଫୋନ୍ କାହିଁକି ଫ୍ଲାଇଟ୍ ମୋଡରେ ରୁହେ
ପ୍ଲେନରେ ଫୋନ ନେଟ୍ଓ୍ୱାର୍କ ବ୍ୟବହାର କଲେ ସେଥିରୁ ବାହାରୁଥିବା ରେଡିଓ ତରଙ୍ଗ ପ୍ଲେନ୍ ଡିଭାଇସକୁ କ୍ଷତି ପହଞ୍ଚାଇପାରେ । ନେଟ୍ଓ୍ୱାର୍କ ବ୍ୟବହାରକାରୀ ଏକଥା ଜାଣିପାରିବେ ନାହିଁ । କିନ୍ତୁ ସେହି ଡିଭାଇସ ବ୍ୟବହାର କରୁଥିବା ଲୋକ ନୋଟିସ୍ କରିପାରିବେ । ସେଥିପାଇଁ ଯାତ୍ରୀଙ୍କୁ ନିଜ ଫୋନ ଫ୍ଲାଇଟ ମୋଡରେ ରଖିବା ପାଇଁ କୁହାଯାଇଥାଏ । ଆମେରିକାର ଫେଡରାଲ୍ କମୁ୍ୟନିକେସନ କମିଶନ୍ ଅନୁଯାୟୀ ଏହା ପଛରେ ଆଉ ଏକ କାହାଣୀ ହେଉଛି ଏତେ ଉଚ୍ଚତାରେ ମୋବାଇଲ ଫୋନ ଏକାଧିକ ଟାଓ୍ୱାରର କନେକ୍ସନ୍ ଗ୍ରହଣ କରିପାରେ । ଏହା ଦ୍ୱାରା ଭୂମିରେ ଥିବା ସେଲଫୋନ ଉପରେ ଏହାର ଚାପ ବଢିଯିବ ଓ ତାଙ୍କର ସର୍ଭିସ ପ୍ରଭାବିତ ହେବ ।