Latest

କୋରିଅର ମାଧ୍ଯମରେ ହେଉଥିଲା ଗଞ୍ଜାଇ ଚାଲାଣ, ୪୫ କେଜିର ଗଞ୍ଜେଇ ସହ ୨ ମାଫିଆ ଗିରଫ

ଭୁବନେଶ୍ୱର, ୨୯ ।୦୮ : (ସଂକେତ୍ ଟିଭି) ଗାଡି କିମ୍ବା ବାଇକରେ ନୁହେଁ କୋରିୟରରେ ହେଉଛି ଗଞ୍ଜେଇ ଚାଲାଣ । କୋରିୟର ମାଧ୍ୟମରେ ଭୁବନେଶ୍ଵରରୁ ଦିଲ୍ଲୀକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ୨ ଜଣ ମାଫିଆ ଗିରଫ ହୋଇଛନ୍ତି । କୋରିୟର ପ୍ୟାକେଟରୁ ୪୫ କେଜିର ଗଞ୍ଜେଇ ଜବତ ହୋଇଛି ।

ସୂଚନା ଅନୁସାରେ, ଭୁବନେଶ୍ୱରର ଭିଆରଏଲ ଲଜିଷ୍ଟିକ୍ କୋରିୟର ମାଧ୍ୟମରେ ଗଞ୍ଜେଇ ଭୁବନେଶ୍ଵରରୁ ଦିଲ୍ଲୀକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା । ଏହି ସମୟରେ ଭୂବନେଶ୍ବର ସହିଦନଗର ଥାନା ପୋଲିସ କୋଚିଲାଇ ହାଟରୁ ଦିଲ୍ଲୀର ଦୁଇ ମାଫିଆଙ୍କୁ ଗିରଫ କରିଛି । ଗିରଫ ଦୁଇ ଜଣ ହେଲେ ମନୀଷ କୁମାର ଓ ଅନିରୁଦ୍ଧ ମିଶ୍ର । କୋରିୟର ପ୍ୟାକେଟରୁ ୪୫ କେଜିର ଗଞ୍ଜେଇ ଜବତ ହୋଇଛି ।