ଖେଳଣା ବନ୍ଧୁକ ଦେଖାଇ ବ୍ଯାଙ୍କ ଲୁଟ୍, ଡକାୟତକୁ ଗୋଡ଼ାଇ ଗୋଡାଇ ଧରିଲେ ଲୋକେ

ଭୂବନେଶ୍ବର ୧।୯: (ସଂକେତ ଟିଭି) ହାତରେ ଖେଳନା ବନ୍ଧୁକ ଧରି ଭୂବନେଶ୍ବର ଉପକଣ୍ଠ ବାଲିଅନ୍ତା ଅଟଳା ଷ୍ଟେଟ୍ ବ୍ୟାଙ୍କ୍ ଶାଖାରୁ ଲୁଟ ଉଦ୍ଯମ । ଡକାୟତ ଜଣକ ହାତରେ ଖେଳନା ବନ୍ଧୁକ ଧରି ଏକ ବ୍ୟାଗ୍ ରେ ଟଙ୍କା ଏବଂ ସୁନା ଅଳଙ୍କାର ଭର୍ତ୍ତି କରି ଦୌଡି ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକ ମାଡ଼ି ବସି ଉତ୍ତମ ମଧ୍ୟମ ଦେଲେ। ଅଭିଯୁକ୍ତ ନିକଟରୁ ୮ ଲକ୍ଷ ୬୩ ହଜାର ୫୮ ଟଙ୍କା ଏବଂ ୮ ଲକ୍ଷ ୩୦ ହଜାର ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଜବତ ହୋଇଥିଲା । ଗିରଫ ଅଭିଯୁକ୍ତ ହେଉଛି ବାଲିଅନ୍ତା ଅଂଚଳର ଉମାଶଙ୍କର ପରିଡା ।

ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ୫ଟା ବେଳେ ଶଙ୍କର ବାଲିଅନ୍ତା ଅଟଳ ଏସ୍‌ବିଆଇ ଶାଖାକୁ ଯାଇଥିଲେ। ସେଠାରେ ବହୁତ ସମୟ ଧରି ବସି ରହିଲେ। ତେବେ ବ୍ୟାଙ୍କ ବନ୍ଦ ହେବା ବେଳକୁ ମାତ୍ର ୪ ଜଣ କର୍ମଚାରୀ ଥିଲେ। ଏହି ସମୟରେ ବ୍ୟାଙ୍କ ଭିତରେ ପଶି ହଠାତ ପିଅନ ଗଙ୍ଗାଧର ବେହେରାଙ୍କୁ ଛୁରି ଦେଖାଇ ଭୟଭୀତ କରିଥିଲା । ଏହାପରେ ତାଙ୍କ ବେକରେ ଛୁରି ଲଗାଇ ଶାଖା ପରିଚାଳକ ଏବଂ ଅନ୍ୟ ଦୁଇ କର୍ମଚାରୀଙ୍କୁ ‌ଭୟଭୀତ କରାଇ ରେକର୍ଡ ରୁମ ଭିତରେ ପୂରାଇ ବାହାର ପଟୁ ବନ୍ଦ କରି ଦେଇଥିଲା । କ୍ୟାସିୟରଙ୍କୁ ଭୟଭୀତ କରାଇ କ୍ୟାସ ଡ୍ରରେ ୮ ଲକ୍ଷ ୬୩ ହଜାର ୫୮ ଟଙ୍କା ଏବଂ ୮ ଲକ୍ଷ ୩୦ ହଜାର ଟଙ୍କାର ସୁନା ଧରି ଚମ୍ପଟ ମାରୁଥିଲେ। ତେବେ ଡକାୟତ ଜଣଙ୍କ ଟଙ୍କା ଏବଂ ସୁନା ନେଇ ଦୌଡି ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ଲୋକମାନେ ତାକୁ ଗୋଡ଼େଇ ଗୋଡ଼େଇ ବିଲ ଭିତରେ ଧରିଥିଲେ। ତା ନିକଟରୁ ଅଭିଯୁକ୍ତ ନିକଟରୁ ୮ ଲକ୍ଷ ୬୩ ହଜାର ୫୮ ଟଙ୍କା ଏବଂ ୮ ଲକ୍ଷ ୩୦ ହଜାର ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଜବତ ହୋଇଥିଲା ।

ଖବର ପାଇ ବାଲିଅନ୍ତା ଥାନା ଅଧିକାରୀ ଯୁବରାଜ ସ୍ୱାଇଁ ଏବଂ ପାହାଳ ଫାଣ୍ଡି ଅଧିକାରୀ ଷ୍ଟାଲିନ ବିଶ୍ୱାଳ ପହଞ୍ଚି ଛାନଭିନ୍ କରିଥିଲେ । ଘଟଣାସ୍ଥଳରୁ ପୋଲିସ ଲୁଟରେ ବ୍ୟବହୃତ ଏକ ଖେଳନା ବନ୍ଧୁକ, ଏକ ଛୁରୀ ଏବଂ ଏକ ବାଇକ୍ ଜବତ କରିଛି । ଆହତ କର୍ମଚାରୀ ଗଙ୍ଗାଧର ବେହେରାକୁ ଚିକିତ୍ସା କରାଯାଉଛି । ବ୍ୟାଙ୍କ ଶାଖା ପରିଚାଳକଙ୍କ ସହ ଅନ୍ୟ କର୍ମଚାରୀଙ୍କୁ ଥାନାକୁ ନେଇ ପଚରାଉଚରା ଚଳାଇଛି । ସମ୍ପୃକ୍ତ ଲୁଟେରାକୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି ।