ରାତି ୩ଟାରେ ଅସୁସ୍ଥ ଅନୁଭବ କରିଥିଲେ ସିଦ୍ଧାର୍ଥ, ମାଆଙ୍କୁ ମାଗିଥିଲେ ପାଣି

ମୁମ୍ବାଇ ୦୨/୦୯: (ସଂକେତ ଟିଭି) ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଆଜି ହୃଦଘାତରେ ମୃତ୍ୟୁ ହୋଇଛି । ସର୍ବଦା ଫିଟ୍ ଦେଖାଯାଉଥିବା ସିଦ୍ଧାର୍ଥ କିପରି ହୃଦଘାତରେ ପୀଡିତ ହେଲେ ଏନେଇ ଅନେକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବର୍ତ୍ତମାନ ଯେଉଁ ଖବର ସାମ୍ନାକୁ ଆସିଛି ତାହା ଦର୍ଶାଉଛି ଯେ ମଧ୍ୟରାତ୍ରିରେ ସିଦ୍ଧାର୍ଥ ଛାତିରେ ସାମାନ୍ୟ ଅସୁସ୍ଥ ଅନୁଭବ କରିଥିଲେ।

ସୂଚନା ଅନୁଯାୟୀ ସିଦ୍ଧାର୍ଥ ଶୁକ୍ଲା ବୁଧବାର ସନ୍ଧ୍ୟାରେ ତାଙ୍କ ମାଙ୍କ ସହ ସୋସାଇଟି ଉଦ୍ୟାନରେ ବୁଲୁଥିବାର ନଜର ଆସିଥିଲେ। ସବୁକିଛି ସ୍ୱାଭାବିକ ଥିଲା ଏବଂ ସବୁକିଛି ଠିକ ଥିଲା । ସିଦ୍ଧାର୍ଥ ଠିକ୍ ସମୟରେ ଶୋଇଥିଲେ। କିନ୍ତୁ ମଧ୍ୟରାତ୍ରି ପରେ, ରାତି ପ୍ରାୟ 3ଟା ରୁ 3.30 ମଧ୍ୟରେ ସିଦ୍ଧାର୍ଥ ଅସୁସ୍ଥ ଅନୁଭବ କରିଥିଲେ। ସେ ତାଙ୍କ ମାଙ୍କୁ ଉଠାଇ ଥିଲେ । ତାଙ୍କ ମା ତାଙ୍କୁ ପାଣି ଦେଲେ ଏବଂ ଏହା ପରେ ସିଦ୍ଧାର୍ଥ ପୁଣି ଶୋଇବାକୁ ଗଲେ । ସେ ଆଉ ସକାଳୁ ଉଠି ନଥିଲେ ।

ସକାଳେ ଯେତେବେଳେ ସିଦ୍ଧାର୍ଥ ଦୀର୍ଘ ସମୟ ଧରି ଉଠି ନଥିଲେ, ତାଙ୍କ ମା ସିଦ୍ଧାର୍ଥଙ୍କୁ ଉଠାଇଥିଲେ । ହେଲେ ସେ ଆଉ ଉଠି ନଥିଲେ । ଏହା ପରେ ସିଦ୍ଧାର୍ଥଙ୍କ ମା ସିଦ୍ଧାର୍ଥଙ୍କ ଭଉଣୀ ଏବଂ ଭାଉଜଙ୍କୁ ଡାକି ଡାକ୍ତରଙ୍କୁ ଡାକିଥିଲେ । ଡାକ୍ତର ଆସି ତାଙ୍କୁ ମୃତ ଘୋଷଣା କରିଥିଲେ। ସିଦ୍ଧାର୍ଥଙ୍କ ମୃତଦେହକୁ କପୁର୍ ହସ୍ପିଟାଲକୁ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ଏହା ପରେ ପରିବାର ଲୋକ ତାଙ୍କୁ କପୁର୍ ହସ୍ପିଟାଲକୁ ନେଇଥିଲେ। ଯେଉଁଠାରେ ତାଙ୍କୁ ସକାଳ 10.30ରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।