ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ଖବର ଶୁଣି ଏମିତି ହୋଇଥିଲା ଶେହନାଜଙ୍କ ଅବସ୍ଥା….

ମୁମ୍ବାଇ ୦୨/୦୯: (ସଂକେତ ଟିଭି) ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଆଜି ହୃଦଘାତରେ ମୃତ୍ୟୁ ହେବା ପରେ ‘ସିଡନାଜ’ ଯୋଡି ଭାଙ୍ଗିପଡିଛି। ଏହି ଖବର ଯୋଗୁଁ ତାଙ୍କ ପରିବାର ଏବଂ ସାଙ୍ଗମାନେ ଭାଙ୍ଗି ପଡିଥିବା ବେଳେ ପଞ୍ଜାବୀ ଅଭିନେତ୍ରୀ ଶେହନାଜ ଗିଲଙ୍କ ଅବସ୍ଥା ମଧ୍ୟ ବହୁତ ଖରାପ ରହିଛି । ଏହି ଖବର ଶୁଣି ସେ ମର୍ମାହତ ଅଛନ୍ତି । ତାଙ୍କ ଝିଅର ଅବସ୍ଥା ଭଲ ନାହିଁ ବୋଲି ଶେହନାଜଙ୍କ ପିତା ସାନ୍ତୋଖ ସିଂ ସୁଖ କହିଛନ୍ତି ।

ସାନ୍ତୋଖ ସିଂ କହିଛନ୍ତି ଯେ ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ଶୁଣିବା ପରେ ତାଙ୍କ ଝିଅର ଅବସ୍ଥା ଭଲ ନାହିଁ। ତାଙ୍କ ଭାଇ ଶାହାବାଜ ଶେହନାଜଙ୍କୁ ସମ୍ଭାଳିବା ପାଇଁ ମୁମ୍ବାଇ ଯାଇଛନ୍ତି । ପରେ ସେ ମଧ୍ୟ ମୁମ୍ବାଇ ଯିବେ ବୋଲି କହିଛନ୍ତି ।

ସାନ୍ତୋଖ କହିଛନ୍ତି ଯେ ସିଦ୍ଧାର୍ଥ ଶୁକ୍ଲା ଆଉ ଏହି ଦୁନିଆରେ ନାହାଁନ୍ତି ବୋଲି ବିଶ୍ୱାସ କରିବା ତାଙ୍କ ପାଇଁ କଷ୍ଟକର। ମୁଁ ବର୍ତ୍ତମାନ କଥାବାର୍ତ୍ତା କରିବାର ଅବସ୍ଥାରେ ନାହିଁ, ଯାହା ଘଟିଛି ମୁଁ ବିଶ୍ୱାସ କରିପାରିବି ନାହିଁ ବୋଲି ସେ କହିଛନ୍ତି।

ସୂଚନା ଅନୁଯାୟୀ, ସିଦ୍ଧାର୍ଥଙ୍କ ବିଷୟରେ ଜାଣିବା ସମୟରେ ଶହନାଜ ସୁଟିଂ କରୁଥିଲେ। ଏହି ଖବର ଶୁଣି ସେ ତୁରନ୍ତ ସୁଟିଂ ବନ୍ଦ କରି ଚାଲିଯାଇ ଥିଲେ।

ଶେହନାଜ ଏବଂ ସିଦ୍ଧାର୍ଥ ପରସ୍ପରର ଅତି ନିକଟତର ଥିଲେ। ଉଭୟେ ବିଗ୍ ବସ୍ 13 ରେ ଏକାଠି ଦେଖାଯାଇଥିଲେ । ଏହି ସୋ ସମୟରେ ଉଭୟଙ୍କ ମଧ୍ୟରେ ଅନ୍ତରଙ୍ଗ ସଂପର୍କ ଦେଖିବାକୁ ମିଳିଥିଲା । ସିଦ୍ଧାର୍ଥଙ୍କ ସହ କଥାବାର୍ତ୍ତା ନକରି ଶେହନାଜ ରହିପାରୁନଥିଲେ। ଏହି ଯୋଡି ଦର୍ଶକ ମହଲରେ ବେଶ୍ ଆଦୃତ ହୋଇଥିଲା। ପ୍ରଶଂସକମାନେ ଉଭୟଙ୍କୁ ସ୍ନେହରେ ‘ସିଡନାଜ’ ବୋଲି କହୁଥିଲେ। କିନ୍ତୁ ବର୍ତ୍ତମାନ ସିଡନାଜ ବୋଲି ଡାକୁଥିଲେ ।