ଡିସେମ୍ବରରେ ହୋଇଥାନ୍ତା ସିଦ୍ଧାର୍ଥ ଓ ଶେହନାଜଙ୍କ ବିବାହ..

ମୁମ୍ବାଇ, ୦୫।୦୯: (ସଂକେତ୍ ଟିଭି) ଟିଭି ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଅକାଳ ବିୟୋଗରେ ସାରା ବଲିଉଡରେ ଶୋକର ଛାୟା ଖେଳି ଯାଇଛି । ହେଲେ ଏବେ ହେଡଲାଇନ ଅଛନ୍ତି ସିଦ୍ଧାର୍ଥଙ୍କ ଗର୍ଲଫ୍ରେଣ୍ଡ ଶେହନାଜ ଗିଲ । ତେବେ ଏକ ମିଡିଆ ରିପୋର୍ଟରୁ ଜଣାପଡିଛି ଯେ ଚଳିତ ବର୍ଷ ଡିସେମ୍ବରରେ ସିଦ୍ଧାର୍ଥ ଏବଂ ଶେହନାଜଙ୍କର ବିବାହ ହେବାର ଯୋଜନା ଥିଲା । ଏଥିପାଇଁ ସେମାନଙ୍କର ନିର୍ବନ୍ଧ ଶେଷ ହୋଇଥିବାବେଳେ ବିବାହ ପାଇଁ ସେମାନେ ମଧ୍ୟ ନିଜ ପ୍ରସ୍ତୁତି ଆରମ୍ଭ କରିଥିଲେ।

ସିଡନାଜ ତାଙ୍କ ପରିବାରକୁ ତାଙ୍କ ନିଷ୍ପତ୍ତି ବିଷୟରେ ଜଣାଇଥିଲେ । ବିବାହ ପାଇଁ ଉଭୟ ପରିବାର ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ । ତିନି ଦିନିଆ ବିବାହ ସମାରୋହ ପାଇଁ ପରିବାରମାନେ ମୁମ୍ବାଇର ଏକ ହୋଟେଲ ସହିତ ଯୋଗାଯୋଗ କରିଥିଲେ। ଏହି ନିଷ୍ପତ୍ତି ବିଷୟରେ ଖୁବ୍ କମ୍ ଲୋକ ଜାଣିଥିଲେ ଏବଂ ଏହାକୁ ବହୁତ ଗୋପନୀୟ ରଖାଯାଇଥିଲା ।

ସେପଟେ ସିଦ୍ଧାର୍ଥଙ୍କ ମୃତ୍ଯୁ ପରି ଶେହନାଜଙ୍କ ଅବସ୍ଥା ଭଳ ନାହିଁ । ପୂର୍ବତନ ବିଗ୍ ବସ୍ ପ୍ରତିଯୋଗୀ ଅଭିନେତ୍ରୀ ଜସଲିନ୍ ମଥାରୁ ଶହନାଜଙ୍କୁ ଭେଟିବା ପରେ କହିଛନ୍ତି ଯେ “ମୁଁ ଶେହନାଜଙ୍କ ସହ କଥା ହେଲି, କିନ୍ତୁ ତାଙ୍କ ଅବସ୍ଥା ଭଲ ନାହିଁ। ସେ ଗୋଟିଏ ସ୍ଥାନରେ ଚୁପଚାପ୍ ବସି ରହିଥିଲେ, କିଛି କହି ନଥିଲେ, ସେ ନିଜ ଦୁନିଆରେ ହଜି ଯାଇଥିଲେ। ମୁଁ ତାଙ୍କ ପାଖକୁ ଯାଇ କଥା ହେବାକୁ ଚେଷ୍ଟା କଲି, କିନ୍ତୁ ସେ କଥାବାର୍ତ୍ତା କରି ନଥିଲେ। କେବଳ ସେ ତାଙ୍କ ପାଖରେ ବସିବାକୁ କହିଥିଲେ। “

“ମୁଁ ତାଙ୍କ ଭାଇ ଶେହବାଜଙ୍କୁ ଭେଟିଥିଲି, ଯିଏ ଏହି କଷ୍ଟ ସମୟରେ ଶେହନାଜଙ୍କ ସହିତହ ଅଛନ୍ତି। ମୁଁ ନିଶ୍ଚିତ ଯେ ସେ ଶାହନାଜଙ୍କ ଠିକ୍ ଭାବରେ ଦେଖାରେଖା କରିବେ ।”