ସରକାର ଗଠନ ପାଇଁ କାବୁଲରେ ପ୍ରସ୍ତୁତି ଆରମ୍ଭ, ସାମିଲ ହେବେ ତାଲିବାନର ୬ ମିତ୍ର ଦେଶ

କାବୁଲ ୦୬/୦୯ : (ସଂକେତ ଟିଭି) ତାଲିବାନ ଖୁବ ଶୀଘ୍ର ଆଫଗାନିସ୍ତାନରେ ସରକାର ଗଠନ କରିବ । ଏଥିପାଇଁ ତାଲିବାନ କାବୁଲରେ ଏକ ବଡ ସମାରୋହ ଆୟୋଜନ କରିବାକୁ ପ୍ରସ୍ତୁତ ହେଉଛି। ଏହି ସମାରୋହରେ ଯୋଗଦେବା ପାଇଁ ତାଲିବାନ ଛଅଟି ଦେଶକୁ ନିମନ୍ତ୍ରଣ ପଠାଇଛି। ଏହି ଛଅଟି ଦେଶ ହେଉଛି ତୁର୍କୀ, ଚୀନ, ଋଷ, ଇରାନ, ପାକିସ୍ତାନ ଏବଂ କାତାର। ଏହି ଦେଶ ଗୁଡିକ ତାଲିବାନକୁ ଅକୁଣ୍ଠ ସମର୍ଥନ ଦେଇଆସୁଥିଲେ ।

ତାଲିବାନ ଦ୍ବାରା ଯେଉଁ ଦେଶମାନଙ୍କୁ ନିମନ୍ତ୍ରଣ ପତ୍ର ପଠାଯାଇଛି ସେମାନଙ୍କ ମଧ୍ୟରୁ କାତାରକୁ ଛାଡି ବାକି ସମସ୍ତ ଦେଶ କୌଣସି ନା କୌଣସି କାରଣରୁ ଆମେରିକାର ଶତ୍ରୁ । ପୂର୍ବରୁ ଆଫଗାନିସ୍ତାନରୁ ତାଲିବାନ ଫେରିଯିବା ହିଁ ଏକ ବିଶାଳ ବିଜୟ ବୋଲି ତାଲିବାନ କହିସାରିଛି । ତେଣୁ ଏହି କାରଣରୁ ଆମେରିକା ସହିତ ଯେଉଁ କିଛି ଦେଶଙ୍କର ମତଭେଦ ରହିଛି ସେମାନଙ୍କୁ ଡାକିଛି ତାଲିବାନ ।

ଚାଇନା ଏବଂ ଋଷିଆ ସହିତ ଆମେରିକାର ଶୀତଳ ଯୁଦ୍ଧ ଜାରି ରହିଛି । ପାକିସ୍ତାନ ଏବଂ ଇରାନ ଉପରେ ମଧ୍ୟ କିଛି ନା କିଛି ପ୍ରତିବନ୍ଧକ ଲଗାଇଛି ଆମେରିକା । ତୁର୍କୀ ସହିତ ମଧ୍ୟ ଟ୍ରମ୍ପ ସରକାରଙ୍କ କଥା କଟାକଟି ହେବା ସହିତ ମାମଲା ଗମ୍ଭୀର ହୋଇଥିଲା ।