ନନ୍ଦନକାନନ ସିଂହ ସଫାରୀରେ କାଦୁଅରେ ଫସିଗଲା ବସ୍, ଘେରିଗଲେ ସିଂହ

ଭୂବନେଶ୍ବର ୦୭।୦୯: (ସଂକେତ୍ ଟିଭି) ନନ୍ଦନକାନନ ସିଂହ ସଫାରୀ ଭିତରେ କାଦୁଅ ରାସ୍ତାରେ ଦବିଗଲା ବସ୍ । ବସର ଅତି ନିକଟରେ ଥିଲେ ଦୁଇଟି ସିଂହ । ଗାଇଡଙ୍କ ଉପସ୍ଥିତି ବୁଦ୍ଧି ପ୍ରୟୋଗ ଯୋଗୁ ପର୍ଯ୍ୟଟକମାନେ ବିଚଳିତ ନହୋଇ ଚୁପଚାପ୍ ବସି ରହିଥିଲେ । ଖବର ପାଇ କର୍ତ୍ତୃପକ୍ଷ ଆଉ ଏକ ବସ ଯୋଗେ ଘଟଣାସ୍ଥଳରେ ପହଁଚି, ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି । ଏହାସହ ଦୂର୍ଘଟଣାଗ୍ରସ୍ତ ବସକୁ ସଫାରୀ ମଧ୍ୟରୁ ବାହାରକୁ ଆଣିବାରେ ସଫଳ ହୋଇଛନ୍ତି ।

ସୂଚନା ଅନୁସାରେ, ମଙ୍ଗଳବାର ଦିନ ୧୨ଟା ସମୟରେ ନନ୍ଦନକାନନ ସଫାରୀ ବସ ୩୩ ପର୍ଯ୍ୟଟକଙ୍କୁ ବସାଇ ସିଂହ ସଫାରୀ ଭିତରକୁ ଯାଇଥିଲା । ବୁଲିବା ସମୟରେ ମୋରମ ରାସ୍ତାରେ ବସଟି ଦବି ଯାଇଥିଲା । ତେବେ ଦୀର୍ଘ 15 ମିନିଟ ଧରି ଡ୍ରାଇଭର ବସ୍ ଟିକୁ ବାହାର କରିବା ପାଇଁ ପ୍ରୟାସ କରିଥିଲେ ମଧ୍ଯ ସେ ସଫଳ ହୋଇପାରିନଥିଲେ । ଏହି ସମୟରେ ଦୁଇଟି ସିଂହ ବସର ଅତି ନିକଟରେ ଥିଲେ । ବସ ଭିତରେ ଥିବା ଗାଇଡଙ୍କ ଉପସ୍ଥିତି ବୁଦ୍ଧି ପ୍ରୟୋଗ ଯୋଗୁଁ ପର୍ଯ୍ୟଟକମାନେ ବିଚଳିତ ନହୋଇ ଚୁପଚାପ୍ ବସି ରହିଥିଲେ । ଖବର ପାଇ କର୍ତ୍ତୃପକ୍ଷ ସିଂହ ମାନଙ୍କୁ, ଫିଡିଂ ଚାମ୍ବରକୁ ନେଇ ଯାଇଥିଲେ । ପରେ ଆଉ ଏକ ବସକୁ ସଫାରୀ ମଧ୍ୟକୁ ପଠାଯାଇ ସମସ୍ତ ପର୍ଯାଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା ।

ସାଧାରଣତଃ ଏହି ଅଞ୍ଚଳର ରାସ୍ତା ମୋରମରେ ନିର୍ମାଣ ହୋଇଥାଏ । ସୋମବାର ପ୍ରବଳ ବର୍ଷା ହେଉଥିବାରୁ ମୋରମ ଧୋଇ ହୋଇ ରାସ୍ତାଟି ଦୁର୍ବଳ ହୋଇ ପଡିଥିଲା । ଯାହା ଫଳରେ ବସଟି ସେହି ବାଟ ଦେଇ ଯିବା ବେଳେ ଦବି ଯାଇଥିଲା ।