ଚିଟଫଣ୍ଡ ଠକେଇ ମାମଲାରେ ପୂର୍ବତନ ବିଧାୟକଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଭୂବନେଶ୍ବର ୦୭।୦୯: (ସଂକେତ୍ ଟିଭି) ଚିଟଫଣ୍ଡ ଠକେଇ ମାମଲାରେ ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ ମଲ୍ଲା ବିଜୟ ପ୍ରସାଦଙ୍କୁ ଓଡ଼ିଶା ପୋଲିସ ଗିରଫ କରିଛି। କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ତାଙ୍କୁ ଗତକାଲି ରାତିରେ ବିଶାଖାପାଟଣାରୁ ତାଙ୍କୁ ଗିରଫ କରିଥିଲା। ଆଜି ତାଙ୍କୁ କଟକର ସ୍ଵତନ୍ତ୍ର ଚିଟ୍‌ଫଣ୍ଡ କୋର୍ଟରେ ହାଜର କରାଯାଇଛି ।

ଏମ୍‌.ଭି ପ୍ରସାଦ ହେଉଛନ୍ତି ଆନ୍ଧ୍ର ପ୍ରଦେଶର ପୂର୍ବତନ ବିଧାୟକ। ସେ ଆନ୍ଧ୍ରପ୍ରଦେଶର ଶିକ୍ଷା ତଥା କଲ୍ୟାଣକାରୀ ଭିତ୍ତିଭୂମି ବିକାଶ ନିଗମର ଅଧ୍ୟକ୍ଷ ତଥା ୱାଇଏସଆର୍ କଂଗ୍ରେସ ଦଳର ଜଣେ ବରିଷ୍ଠ ନେତା। ପ୍ରସାଦଙ୍କ ନାଁରେ ୧୨୦୦ କୋଟି ଟଙ୍କାର ଠକେଇ ଅଭିଯୋଗ ରହିଥିବା ଜଣା ପଡିଛି। ଓଡ଼ିଶା, ଆନ୍ଧ୍ର, ତେଲେଙ୍ଗାନା ଓ ଛତିଶଗଡ଼ ଆଦି ୪ଟି ରାଜ୍ୟର ଶହ ଶହ ହିତାଧିକାରୀଙ୍କଠାରୁ ତାଙ୍କ ପରିଚାଳିତ କମ୍ପାନି ୱେଲଫେୟାର ବିଲ୍ଡିଂ ଆଣ୍ଡ ଇଷ୍ଟେଟ୍ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା। ସେ ଏହି କମ୍ପାନିର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ୨୦୦୧ରେ ଏହି କମ୍ପାନି ବିଭିନ୍ନ ଅଞ୍ଚଳରେ ଶାଖା ଖୋଲି ଲୋକଙ୍କଠୁ ଟଙ୍କା ଆଦାୟ କରିଥିଲା । କ୍ରାଇମ୍ଇବ୍ରାଞ୍ଚ ଭୁବନେଶ୍ୱର ଓ କଟକରେ ହେଇଥିବା ମାମଲା ଉପରେ ତଦନ୍ତ କରୁଛି।

କ୍ରାଇମ୍ଇବ୍ରାଞ୍ଚର ୫ଜଣିଆ ଟିମ୍ ଆନ୍ଧ୍ରପ୍ରଦେଶକୁ ସୋମବାର ଦିନ ଯାଇଥିଲା। କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଏବଂ ବିଶାଖାପାଟଣା ପୋଲିସ ମିଳିତ ଭାବେ ଭାଇଜାଗ ସ୍ଥିତ ଏମ୍‌ଭି ପ୍ରସାଦଙ୍କ ଘରେ ରେଡ୍‌ କରିଥିଲେ । ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି । ଏଥିସହ ଘରେ ଚଢ଼ାଉ କରି ପ୍ରାୟ ୪୫ ଲକ୍ଷ ଟଙ୍କା ଜବତ କରାଯାଇଛି । ତାଙ୍କ ନାଁରେ ପୋଲିସ ଆଇପିସିର ଧାରା ୪୦୨, ୪୦୬, ୪୬୭, ୪୬୮, ୪୭୧ ଓ ୧୨୦(ବି) ଅନୁଯାୟୀ ମାମଲା ରୁଜୁ କରିଛି।