ବାଲେଶ୍ବର ଜିଲ୍ଲାରେ ୧୮ ରୁ ୪୪ ବର୍ଷ ଲୋକଙ୍କୁ ଟିକାକରଣ ପାଇଁ ବୁଧବାର ସ୍ଲଟ ବୁକିଂ

ବାଲେଶ୍ବର ୦୭।୦୯: (ସଂକେତ୍ ଟିଭି) ବାଲେଶ୍ବର ଜିଲ୍ଲାରେ ୧୮ ରୁ ୪୪ ବର୍ଷ ର ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଟିକାକରଣ ପାଇଁ ସ୍ଲଟ ବୁକିଂ ବୁଧବାର (ସେପ୍ଟେମ୍ବର ୮ ତାରିଖ) ମଧ୍ୟାହ୍ନ ୧୨ ଘଟିକା ସମୟରେ ଆରମ୍ଭ ହେବ । ଜିଲ୍ଲାର ୧୨ଟି ବ୍ଲକ ଏବଂ ସହରାଂଞ୍ଚଳର ୭୭ ଟି ଟିକାକରଣ କେନ୍ଦ୍ରରେ ସେପ୍ଟେମ୍ବର ୯ ଓ ୧୧ ତାରିଖରେ ହେବାକୁ ଥିବା ଟିକାକରଣ ପାଇଁ ଏହି ରେଜିଷ୍ଟ୍ରେସନ ପ୍ରଜୁଜ୍ଯ ହେବ । କୋଓ୍ବିନ (Cowin) ପୋର୍ଟାଲକୁ ଯାଇ ଏହି ଚିକାକରଣ ପାଇଁ ସ୍ଲଟ ବୁକିଂ କରିପାରିବେ । ଦୁଇ ଦିନରେ ମୋଟ ୩୦୦୦୦ ଡୋଜ୍ ଟିକା ଦିଆଯିବ ।