ଡିଲ ଚାଲିଥିବାବେଳେ ୩୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୨ ବେପାରୀ ଗିରଫ

ବସ୍ତା ୧୦/୦୯ : (ପ୍ରଶାନ୍ତ ସେନାପତି) ବାଲେଶ୍ବର ଜିଲ୍ଲା ଜଳେଶ୍ବର ରୁ 300 ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଏହା ସହିତ ଦୁଇ ଜଣ ବ୍ରାଉନସୁଗାର ବେପାରୀଙ୍କୁ ପୋଲିସ ଗିରଫ କରିଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ଯ 30 ଲକ୍ଷ ଟଙ୍କା ହେବ ।

ସୂଚନା ଅନୁସାରେ, ଜଳେଶ୍ବର ସହରର ରାଜପୁର ବସ୍ତିରେ ଗତକାଲି ବିଳମ୍ବିତ ରାତି ରେ ବ୍ରାଉନସୁଗାର ବିକ୍ରି ପାଇଁ ଡିଲ୍ ହେଉଥିଲା । କୌଣସି ସୂତ୍ରରୁ ଖବର ପାଇ ଜଳେଶ୍ବର ପୋଲିସ ର ଏକ ସ୍ବତନ୍ତ୍ର ଟିମ୍ ଚଢଉ କରିଥିଲେ ।

ଜଳେଶ୍ବର ଅଞ୍ଚଳରୁ ଦୁଇ ମାସ ଭିତରେ ଏସଟିଏଫ , ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଚଢଉ କରାଯାଇ ପାଖାପାଖି 6 କୋଟି ଟଙ୍କାର ବ୍ରାଉନସୁଗାର ଜବତ କରିଛନ୍ତି ।