୩ ବିମାନରେ କାବୁଲରୁ ଗୁଇନ୍ଦା ତଥ୍ଯ ନେଲା ପାକିସ୍ଥାନ, ତଥ୍ଯ ବ୍ୟବହାର କରିବ ଆଇଏସଆଇ

କାବୁଲ ୧୧/୦୯ : (ସଂକେତ ଟିଭି) ପାକିସ୍ତାନ ହାତରେ ଆଫଗାନିସ୍ତାନର ସରକାରର ଅନେକ ଗୋପନୀୟ କାଗଜପତ୍ର ଲାଗିଛି । ଏଥିରେ ଗୁରୁତ୍ୱପୂର୍ଣ୍ଣ ଫାଇଲ, ପେନ୍ ଡ୍ରାଇଭ, ହାର୍ଡ ଡିସ୍କ ଓ ଅନ୍ୟ ଡିଜିଟାଲ ସୂଚନା ରହିଛି । ଏହି ସମସ୍ତ ତଥ୍ଯ ତଥା ଗୁରୁତ୍ୱପୂର୍ଣ୍ଣ ଫାଇଲ ଧରି ୩ ବିମାନ କାବୁଲରୁ ପାକିସ୍ଥାନକୁ ଯାଇଛି ।

ଜଣେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା କହିଛନ୍ତି ଯେ, ଆଫଗାନିସ୍ତାନର ଅନେକ ଗୋପନୀୟ ଦସ୍ତାବିଜ ପାକିସ୍ତାନର ଗୁଇନ୍ଦା ସଂସ୍ଥାକୁ ପ୍ରଦାନ କରାଯାଇଛି । ଏଥିରେ ଗୁରୁତ୍ୱପୂର୍ଣ୍ଣ ଫାଇଲ, ପେନ୍ ଡ୍ରାଇଭ, ହାର୍ଡ ଡିସ୍କ ଓ ଅନ୍ୟ ଡିଜିଟାଲ ସୂଚନା ରହିଛି । ଆଇଏସଆଇ ଏହାକୁ ନିଜ ସ୍ୱାର୍ଥ ପାଇଁ ବ୍ୟବହାର କରିବ । ଯାହା ତାଲିବାନ ସରକାରକୁ ପାକିସ୍ତାନ ଉପରେ ନିର୍ଭର କରିବାକୁ ବାଧ୍ୟ କରିବ ।

ଯେଉଁ ସବୁ ତଥ୍ୟ ଥିଲା ତାହା ଅତି ସମ୍ବେଦନଶୀଳ ଥିଲା । ତେବେ ଆଫଗାନିସ୍ତାନ ସରକାର କେବେ ବି ତାଲିବାନର କବଜା ବାବଦରେ ଚିନ୍ତା କରିନଥିଲେ । ଆଫଗାନିସ୍ତାନର ଅବସ୍ଥାପିତ ପାକ୍ ରାଷ୍ଟ୍ରଦୂତଙ୍କ ଜରିଆରେ ଏହି ଦସ୍ତାବିଜ ଲିକ୍ କରାଯାଇଛି ।

ପୂର୍ବରୁ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ପାକ୍ ମୁଦ୍ରାରେ କାରବାର ହେବା ନେଇ ନିଷ୍ପତ୍ତି ହୋଇଛି । ପୂର୍ବରୁ ଏହା ଡଲାରରେ ହେଉଥିଲା । କିଛିଦିନ ପୂର୍ବରୁ ଆଇଏସଆଇ ମୁଖ୍ୟଙ୍କୁ କାବୁଲରେ ଦେଖିବାକୁ ମିଳିଥିଲା । ଆଇଏସଆଇକୁ ହକ୍କାନୀ ନେଟଓ୍ୱର୍କର ସୁରକ୍ଷା ଦାୟିତ୍ୱ ନେଇଥିବା ମଧ୍ୟ କୁହାଯାଉଛି ।

ଗୁରୁବାର ପାକିସ୍ତାନ ଆଫଗାନିସ୍ତାନର ଅର୍ଥ୍ୟବ୍ୟବସ୍ଥାକୁ ନିୟନ୍ତ୍ରଣକୁ ନେବାକୁ ଅନେକ ଯୋଜନା ଘୋଷଣା କରିଥିଲା । ସୂତ୍ରାନୁସାରେ, କାବୁଲରେ ନାଗରିକଙ୍କ ସୁରକ୍ଷା ପାଇଁ ପହଁଚିଥିବା ସି-୧୭୦ ବିମାନ ଅନେକ କାଗଜପତ୍ର ଧରି ଉଡାଣ ଭରିଛି ।