ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତିଙ୍କ ଭାଇଙ୍କୁ ହତ୍ୟା କଲା ତାଲିବାନ, ଶବ ଶଢ଼ିବାକୁ ଛାଡ଼ିଦେଲେ

କାବୁଲ ୧୧/୦୯ : (ସଂକେତ ଟିଭି) ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତିଙ୍କ ଅମରୁଲ୍ଲା ସାଲେହଙ୍କ ବଡ଼ ଭାଇ ରୋହୁଲ୍ଲାହ ଅଜିଜିଙ୍କୁ ତାଲିବାନ ହତ୍ୟା କରିଛି । ଏପରିକି ହତ୍ୟା ପରେ ମଧ୍ୟ ମୃତଦେହ କବର ଦେବାକୁ ପରିବାରକୁ ହସ୍ତାନ୍ତର ନ କରି ମୃତଦେହକୁ ପଚି ସଢ଼ିବା ପାଇଁ ତାଲିବନୀ ଛାଡ଼ି ଦେଇଛନ୍ତି ।

ପଞ୍ଜଶୀର ଦଖଲ ପାଇଁ ଅମରୁଲ୍ଲା ସାଲେହ ତାଲିବାନୀଙ୍କୁ କଡ଼ା ଟକ୍କର ଦେଇଥିବା ବେଳେ ତାଲିବାନୀ ଏହାର ପ୍ରତିଶୋଧ ନେଇଛନ୍ତି । ତାଙ୍କ ଭାଇ ରୋହୁଲ୍ଲାହଙ୍କୁ ହତ୍ୟା କରି ପ୍ରତିଶୋଧ ନେଇଛନ୍ତି । ଏନେଇ ଅମରୁଲ୍ଲାଙ୍କ ପୁତୁରା ଦେଇଥିବା ସୂଚନାରେ କହିଛନ୍ତି, ଅଙ୍କଲଙ୍କୁ ହତ୍ୟା କରିଥିବା ବେଳେ କବର ଦେବାକୁ ମୃତଦେହ ଦେଉ ନାହାନ୍ତି ।