Latest

ଲଗାଣ ବର୍ଷା ପାଇଁ ୧୨ ଜିଲ୍ଲାରେ ୨ ଦିନ ବନ୍ଦ ରହିବ ସ୍କୁଲ

ଭୁବନେଶ୍ୱର ୧୩।୦୯ : (ସଂକେତ ଟିଭି) ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ୧୨ ଜିଲ୍ଲାରେ ୨ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ଘୋଷଣା କରିଛନ୍ତି । ସ୍କୁଲ ଗୁଡିକ ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାରେ ଆଜି ଏବଂ କାଲି ବନ୍ଦ ରହିବ । ଏହି ୧୨ ଜିଲ୍ଲାଗୁଡିକ ହେଲା ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ନୟାଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୋନପୁର ଓ ବରଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ରେଡ୍ ଆଲର୍ଟ ଜାରି ହୋଇଛି । ସୂଚନାଯୋଗ୍ୟ, ବିଦ୍ୟାଳୟଗୁଡ଼ିକରେ ନବମ, ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଠ ପଢ଼ା ଚାଲିଥିଲା।