ଅଙ୍ଗନୱାଡ଼ି ଦିଦିଙ୍କ ଠାରୁ ମିଳିଲା ୪ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି

ଭୂବନେଶ୍ବର୧୪।୯: (ସଂକେତ ଟିଭି) ଅଙ୍ଗନୱାଡ଼ି ଦିଦିଙ୍କ ଠାରୁ ମିଳିଲା ୪ କୋଟି ମୂଲ୍ୟର ଆୟ ବହିର୍ଭୂତ ସମ୍ପତ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବର ଉପକଣ୍ଠ କୋରଡକଣ୍ଟା ଅଙ୍ଗନୱାଡ଼ି କର୍ମୀ କବିତା ମାଥନଙ୍କ ବାସଭବନ ସମେତ ମୋଟ ୬ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଥିଲା।

ଭିଜିଲାନ୍ସ ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଓ ଜଗତସିଂହପୁରର ୬ଟି ସ୍ଥାନରେ ଏକାସାଙ୍ଗରେ ଚଢାଉ କରିଥିଲା । ଚଢାଉ ସମଯରେ ମାଥନଙ୍କର ଭୁବନେଶ୍ୱରରେ ୪ଟି ଘର ମିଳିଥିଲା ସେଥିରୁ ଗୋଟିଏ ୪ ମହଲା କୋଠା, ଗୋଟିଏ ତିନି ମହଲ କୋଠା ଓ ୨ଟି ଦୁଇ ମହଲା କୋଠା ରହିଛି । ସେହିଭଳି ୧୪ଟି ପ୍ଲଟ ମିଳିଥିଲା । ସେଥିରୁ ୧୦ଟି ପ୍ଲଟ ଭୁବନେଶ୍ୱରରେ, ଜଗତସିଂହପୁର ତାଳକସୁମାରେ ୩ଟି ପ୍ଲଟ, ବାଲିଅନ୍ତାରେ ଗୋଟିଏ ପ୍ଲଟ ଅଛି ।

ଏହା ସହିତ ତାଙ୍କ ନିକଟରୁ ଗୋଟିଏ ୪ ଚକିଆ, ୩ଟି ଦୁଇ ଚକିଆ, ୨.୨ ଲକ୍ଷ ଟଙ୍କାର ବୀମା, ୨୧୨ ଗ୍ରାମର ସୁନା ଅଳଙ୍କାର ଯାହାର ମୂଲ୍ୟ ୬.୩୬ ଲକ୍ଷ ଟଙ୍କା ମିଳିଥିଲା । ଏବେ ବି ଚଢାଉ ଜାରି ରହିଛି । ଅଙ୍ଗନୱାଡ଼ିଙ୍କ ସ୍ୱାମୀ ତହସିଲ କାର୍ଯ୍ୟାଳୟର ଜଣେ ମହୁରିଅର ଅଛନ୍ତି ।