୧୬ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରାପଡ଼ିଲେ ଏଡିଏମଓ

ସୋନପୁର ୧୪।୯: (ସଂକେତ ଟିଭି) ଲାଞ୍ଚ ନେଉଥିବାବେଳେ ଧରାପଡିଲେ ଏଡିଏମଓ । ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏଡିଏମଓ (ପିଏଚ୍) ନବକିଶୋର ବେହେରା ନିଜର ଅଧସ୍ଥନ କର୍ମଚାରୀଙ୍କ ଠାରୁ ୧୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଛନ୍ତି ।

ସୂଚନା ଅନୁସାରେ, ନବକିଶୋର ନିଜର ଅଧସ୍ଥନ କର୍ମଚାରୀ ବିଦ୍ୟୁତ ପ୍ରକାଶ ଖମାରୀଙ୍କ ଠାରୁ ୧୬ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଏଥିନେଇ ଖମାରୀ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ପୂର୍ବ ଯୋଜନା ମୁତାବକ ନବକିଶୋର ଲାଞ୍ଚ ନେବା ବେଳେ ଧରିଥିଲା । ଲାଞ୍ଚ ନେଉଥିବା ଟଙ୍କା ଜବତ କରିବା ସହ ଡାକ୍ତର ନବକିଶୋରଙ୍କ ୩ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି । ନବକିଶୋରଙ୍କ ସୁବର୍ଣ୍ଣପୁର ସ୍ଥିତ ସରକାରୀ ବାସଭବନ, ଡୁଙ୍ଗୁରିପାଲି ବାସଭବନ ଓ କନ୍ଧମାଳର ପୈତୃକ ଘରେ ରେଡ୍ ଜାରି ରହିଥିବା ଭିଜଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି ।