୧୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ୨ ଅଭିଯୁକ୍ତ ଗିରଫ

ବସ୍ତା ୧୫/୦୯ : (ପ୍ରଶାନ୍ତ କୁମାର ସେନାପତି) ବାଲେଶ୍ବର ଜିଲ୍ଲା ଜଳେଶ୍ଵର ଥାନା ମହମ୍ମଦନଗର ପାଟଣା ଅଞ୍ଚଳରୁ ୧୦୫ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଛି । ଏନେଇ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଥିବାବେଳେ ଗୋଟିଏ ବୁଲେଟ୍ ମଟର ସାଇକେଲ୍ ଏବଂ ୩୫ ହଜାର ଟଙ୍କା ଜବତ କରିଛି । ଗିରଫ ଦୁଇ ଜଣଙ୍କ ଘର ଭୁବନେଶ୍ବରରେ ହୋଇଥିବା ବେଳେ ସେମାନେ ଜଳେଶ୍ଵରରୁ ଭୁବନେଶ୍ବର ବ୍ରାଉନସୁଗାର ନେଇ ଯାଉଥିଲେ । ଜବତ ବ୍ରାଉନ ସୁଗାରର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।