ବନ୍ୟା ପାଣିରେ ଭାସିଗଲା କାର୍‌

କଟକ ୧୫।୯: (ସଂକେତ୍ ଟିଭି) ବନ୍ୟା ପାଣିରେ ଭାସିଗଲା କାର୍‌ । କଟକ-ସମ୍ବଲପୁର ପୁରୁଣା ରାସ୍ତାର ଦହିସରା ନିକଟରେ ବନ୍ୟା ପାଣିରେ ଭାସିଗଲା କାର, କାରରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।

କଟକ-ସମ୍ବଲପୁର ରାସ୍ତାର ଦହିସରା ନିକଟରେ ରାସ୍ତା ଉପରେ ୫ ଫୁଟର ବର୍ଷା ପାଣି ପ୍ରବାହିତ ହେଉଛି । ରାସ୍ତା ଉପରେ ପାଣି ପ୍ରବାହିତ ହେଉଥିବା ବେଳେ କାରଟି ଭାସି ଯାଇଥିଲା । ସ୍ଥାନୀୟଲୋକେ ଘଟଣାସ୍ଥଳରେ ପହଞ୍ଚି କାର୍‌ଟିକୁ ଉଦ୍ଧାର କରିଛନ୍ତି । ରାସ୍ତାରେ ପାଣି ଚାଲୁଥିବାରୁ ଯାତାୟତ ସଂପୂର୍ଣ୍ଣ ଠପ୍‌ ହୋଇଯାଇଛି । ତେବେ କାରରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ସ୍ଥାନୀୟ ଲୋକଙ୍କ ସହାୟତାରେ କାରଟିକୁ ଉଦ୍ଧାର କରାଯାଇଛି । ଲଗାଣ ବର୍ଷା ଯୋଗୁଁ ତଳିଆ ଅଂଚଳରେ ପାଣି ଜମି ରହିଛି । ଲୋକଙ୍କ ଯାତାୟାତରେ ବାଧା ସୃଷ୍ଟି ହୋଇଛି ।