ନାବାଳିକାଙ୍କୁ ଗଣଦୁଷ୍କର୍ମ : ଦୁଇ ନାବାଳକଙ୍କ ସମେତ ୪ ଗିରଫ

ମୟୁରଭଞ୍ଜ ୧୭/୦୯ : (ସଂକେତ ଟିଭି) ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ଦୁଇ ଜଣ ନାବାଳକଙ୍କ ସମେତ ୪ ଜଣ ଗିରଫ । ମୟୁରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡସ୍ଥ ବହଳଦା ଥାନା ଅନ୍ତର୍ଗତ ବାଲିକୁଦା ପଞ୍ଚାୟତରେ ଏଭଳି ଘଟଣା ଘଟିଛି ।

ଥାନାରେ ଅଭିଯୋଗ ହେବା ପରେ ଏଥିରେ ସମ୍ପୃକ୍ତ ଦୁଇ ନାବାଳକଙ୍କ ସମେତ ମୋଟ ଚାରିଜଣଙ୍କୁ ବହଳଦା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଦୁଇ ଜଣ ନାବାଳକ ହୋଇଥିବାବେଳେ ଅନ୍ଯ ଦୁଇ ଜଣ ହେଲେ ଭାଇରୋ ସୋରେନ (୨୬) ଓ ଶ୍ରୀରାମ ହେମ୍ବ୍ରମ (୨୬) ।

ସୂଚନା ଅନୁସାରେ, ୧୪ ବର୍ଷିୟା ନାବାଳିକା ଜଣକ ବୁଧବାର ଦିନ ସନ୍ଧ୍ଯାରେ ଇଟାଭାଟି କାମ କରୁଥିଲେ । ତାଙ୍କୁ ଏକାକୀ ପାଇ ସେହି ଗ୍ରାମର ୨ ଜଣ ନାବାଳକ ସମେତ ୪ ଜଣ ତାକୁ ଉଠାଇ ନେଇ ଗଣଧର୍ଷଣ କରିଥିଲେ । ଏପରିକି ସେମାନେ ଏହି ଘଟଣାର ଭିଡିଓ ଉତ୍ତୋଳନ କରିଥିଲେ । ଏବଂ ଏଘଟଣା ସଂପର୍କରେ କାହାରିକୁ କହିଲେ ତାହା ପ୍ରଘଟ କରିବାକୁ କରିବାକୁ ଧମକ ଦେଇଥିଲେ ।

ନାବାଳିକା ଜଣକ ଘରକୁ ଆସି ପରିବାର ଲୋକଙ୍କୁ ଘଟଣା ସଂପର୍କରେ କହିବା ପରେ ଗୁରୁବାର ଦିନ ପରିବାର ଲୋକେ ବହଳଦା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ବହଳଦା ଥାନା ପୋଲିସ ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତ ଚାରିଜଣଙ୍କୁ ଗିରଫ କରି ଥିଲେ। ଅଭିଯୁକ୍ତ ଚାରିଜଣଙ୍କର ଚାରୋଟି ମୋବାଇଲ ଫୋନ ମଧ୍ୟ ପୋଲିସ ଦ୍ବାରା ଜବତ କରାଯାଇଛି।