ବାଲେଶ୍ବର ଜିଲ୍ଲାରେ ୧୮ ରୁ ୪୪ ବର୍ଷ ଲୋକଙ୍କୁ ଟିକାକରଣ ପାଇଁ ରବିବାର ସ୍ଲଟ ବୁକିଂ

ବାଲେଶ୍ବର ୧୮/୦୯ : (ସଂକେତ ଟିଭି) ବାଲେଶ୍ବର ଜିଲ୍ଲାରେ ୧୮ ରୁ ୪୪ ବର୍ଷ ର ହିତାଧିକାରୀଙ୍କୁ ୨ୟ ଡୋଜ ଟିକାକରଣ ପାଇଁ ସ୍ଲଟ ବୁକିଂ ରବିବାର (ସେପ୍ଟେମ୍ବର ୧୯ ତାରିଖ) ମଧ୍ୟାହ୍ନ ୧୨ ଘଟିକା ସମୟରେ ଆରମ୍ଭ ହେବ । ଜିଲ୍ଲାର ୧୨ଟି ବ୍ଲକ ଏବଂ ସହରାଂଞ୍ଚଳର ୭୦ଟି ଟିକାକରଣ କେନ୍ଦ୍ରରେ ସେପ୍ଟେମ୍ବର ୨୦ ତାରିଖରେ ହେବାକୁ ଥିବା ଟିକାକରଣ ପାଇଁ ଏହି ରେଜିଷ୍ଟ୍ରେସନ ପ୍ରଜୁଜ୍ଯ ହେବ । କୋଓ୍ବିନ (Cowin) ପୋର୍ଟାଲକୁ ଯାଇ ଏହି ଚିକାକରଣ ପାଇଁ ସ୍ଲଟ ବୁକିଂ କରିପାରିବେ ।