ଆଇପିଏଲ ୨୦୨୧: ମୁମ୍ଵାଇ ଇଣ୍ଡିଆନ୍ସକୁ ହରାଇଲା ଚେନ୍ନାଇ ସୁପର କିଙ୍ଗ୍ସ

ଦୁବାଇ ୧୯।୦୯: (ସଂକେତ ଟିଭି) ଆଇପିଏଲ ୨୦୨୧ର ଦ୍ଵିତୀୟ ପର୍ଯ୍ୟାୟ ପ୍ରଥମ ମୁକାବିଲାରେ ଚେନ୍ନାଇ ସୁପରକିଙ୍ଗ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ ୨୦ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଚେନ୍ନାଇ ୮ଟି ମ୍ୟାଚ୍‌ରୁ ୬ ବିଜୟ ଏବଂ ୧୨ ପଏଣ୍ଟ ସହ ତାଲିକାର ଶୀର୍ଷକୁ ଉଠିଛି।

ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ବ୍ୟାଟିଂ ବିପର୍ଯ୍ୟୟ ସତ୍ବେ ଋତୁରାଜ ଗାଏକଓ୍ବାଡଙ୍କ ୮୮ ରନର ଅପରାଜିତ ଇନିଂସ ବଳରେ ୬ ଓ୍ଵିକେଟ୍ ହରାଇ ୧୫୬ ରନ କରିଥିଲା। ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୩୬ ରନ କରିବାକୁ ସକ୍ଷମ ହୋଇଛି। ସୌରଭ ତିଓ୍ଵାରୀଙ୍କ ଅପରାଜିତ ୫୦ ରନ ମୁମ୍ବାଇକୁ ପରାଜୟରୁ ବଞ୍ଚାଇ ପାରିନାହିଁ। ଚେନ୍ନାଇ ପକ୍ଷରୁ ଡ୍ଵେନ ବ୍ରାଭୋ ସର୍ବାଧିକ ୩ ଓ୍ଵିକେଟ୍ ନେଇଛନ୍ତି। ଋତୁରାଜଙ୍କୁ ମ୍ଯାନ ଅଫ ଦ ମ୍ଯାଚ୍ ଘୋଷଣା କରାଯାଇଛି ।