୯ ହଜାର କୋଟି ଟଙ୍କା ମୂଲ୍ୟର ହେରୋଇନ୍‌ ଜବତ, ଆଫଗାନିସ୍ତାନରୁ ଆସିଥିଲା ଭାରତ

ନୂଆଦିଲ୍ଲୀ, ୧୯/୦୯: (ସଂକେତ ଟିଭି) ଗୁଜରାଟର କଚ୍‌ ଅନ୍ତର୍ଗତ ମୁନ୍ଦ୍ରା ବନ୍ଦରରୁ ପ୍ରାୟ ୯ ହଜାର କୋଟି ଟଙ୍କା ମୂଲ୍ୟର ହେରୋଇନ୍‌ ଜବତ କରାଯାଇଛି । ଏହା ଆଫଗାନିସ୍ତାନରୁ ଆମଦାନୀ ହୋଇଥିବା ଜଣାପଡିଛି ।

ଡାଇରେକ୍ଟୋରେଟ୍‌ ଅଫ୍‌ ରେଭିନ୍ୟୁ ଇଣ୍ଟେଲିଜେନ୍ସ୍‌ (ଡିଆର୍‌ଆଇ) ପକ୍ଷରୁ ବିଶ୍ବସ୍ଥ ସୂତ୍ରରୁ ଖବର ପାଇ ବନ୍ଦରର କେତୋଟି ‌କଣ୍ଟେନର୍‌ କୁ ତଲାସ କରାଯାଇଥିଲା । ସେଗୁଡ଼ିକୁ ଯାଞ୍ଚ କରିବା ସମୟରେ ଜାଣିବାକୁ ପାଇଲେ ଯେ, ଟେଲ୍‌କମ୍‌ ପାଉଡର୍‌ ନାଁରେ କୋଟି କୋଟି ଟଙ୍କାର ମାଦକଦ୍ରବ୍ୟ ଆମଦାନି କରାଯାଉଛି। ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାରେ ଥିବା ‘ଆଶି ଟ୍ରେଡିଙ୍ଗ୍‌ ଫାର୍ମ’ ଉକ୍ତ ‘କଣ୍ଟେନର୍‌’ଗୁଡ଼ିକୁ ଆଫଗାନିସ୍ତାନରୁ ମୁନ୍ଦ୍ରା ବନ୍ଦରକୁ ଆଣିଥିବା କୁହାଯାଉଛି। ଆଫଗାନିସ୍ତାନର କାନ୍ଦାହାରରେ ଥିବା ‘ହସନ୍‌ହୁସେନ୍‌ ଲିମିଟେଡ୍‌’ ନାମକ ପ୍ରତିଷ୍ଠାନ ଏହାକୁ ରପ୍ତାନି କରିଛି।