ନ୍ୟୁଜିଲାଣ୍ଡ ପରେ ପାକିସ୍ଥାନ ଗସ୍ତକୁ ବାତିଲ କଲା ଇଂଲଣ୍ଡ

ନୂଆଦିଲ୍ଲୀ ୨୦/୦୯ : (ସଂକେତ ଟିଭି) ନ୍ୟୁଜିଲାଣ୍ଡ କ୍ରିକେଟ୍ ଦଳ ପରେ ଇଂଲଣ୍ଡ ଏବେ ପାକିସ୍ତାନ ଗସ୍ତକୁ ବାତିଲ କରିଛି । ଏଥିରେ ପାକିସ୍ଥାନକୁ ଜୋରଦାର ଝଟକା ଲାଗିଛି । ଇଂଲଣ୍ଡର ପୁରୁଷ ଏବଂ ମହିଳା ଦଳ ଆସନ୍ତା ଅକ୍ଟୋବରରେ ପାକିସ୍ତାନ ଗସ୍ତ କରିବାର ଥିଲା। ହେଲେ ସୁରକ୍ଷା କାରଣରୁ ଏବେ ନିଜ ଦଳକୁ ଇଂଲଣ୍ଡ କ୍ରିକେଟ ବୋର୍ଡ ପାକିସ୍ତାନ ନପଠାଇବାକୁ ନିଷ୍ପତ୍ତି ନେଇଛି।

ଇଂଲଣ୍ଡର ପୁରୁଷ ଦଳ ପାକିସ୍ତାନ ଗସ୍ତରେ ଦୁଇଟି ଟି-୨୦ ମ୍ୟାଚ୍ ଏବଂ ମହିଳା ଦଳ ମଧ୍ୟ ଦୁଇଟି ଟି-୨୦ ଏବଂ ତିନୋଟି ଦିନିକିଆ ମ୍ୟାଚ୍ ଖେଳିବାର ଥିଲା। ହେଲେ ଇଂଲଣ୍ଡ ନିଜର ଗସ୍ତ ବାତିଲ କରିବା ପାକିସ୍ତାନକୁ ଝଟକା ଲାଗିଛି। ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ସୁରକ୍ଷା କାରଣରୁ ପ୍ରଥମ ଦିନିକିଆର କିଛି ସମୟ ପୂର୍ବରୁ ହିଁ ମ୍ୟାଚ୍ ଖେଳିବାକୁ ମନା କରିବା ସହ ଗସ୍ତ ବାତିଲ୍ କରିଥିଲା।