୪ଟି ଦେଶୀ ବନ୍ଧୁକ ଜବତ କରିବା ସହିତ ୩ଜଣଙ୍କୁ ଗିରଫ କଲା ପୋଲିସ

ସମ୍ବଲପୁର ୨୩।୦୯: (ସଂକେତ୍ ଟିଭି) ଦେଶୀ ବନ୍ଧୁତ ତିଆରି କରୁଥିବା ଅଭିଯୋଗରେ ୩ ଜଣ ଅଭିଯୁକ୍ତଙ୍କୁ ସମ୍ବଲପୁର ପୋଲିସ ଗିରଫ କରିଛି । ସେମାନଙ୍କଠାରୁ ୪ ଟି ଦେଶୀ ବନ୍ଧୁକ ଜବତ କରାଯାଇଛି । ବନ୍ଧୁକ ତିଆରି ଅଭିଯୋଗରେ ସମ୍ବଲପୁର ପୋଲିସ ମୋଟ ସାତ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସୂଚନା ଅନୁସାରେ, ସମ୍ବଲପୁର ଜିଲ୍ଲା ଜୁଜୁମୁରା ପୋଲିସ ହିରୋ, ଗୁଡାପାଲ ଏବଂ ବାସୁପାଲି ଗ୍ରାମରେ ଚଢାଉ କରି ଦେଶୀ ଅସ୍ତ୍ରଶସ୍ତ୍ର ତିଆରି କରୁଥିବା ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ୪ ଟି ଦେଶୀ ବନ୍ଧୁକ ଜବତ କରିଛି । ତେବେ ସେମାନେ ହାତୀ ପଲ ଦାଓରୁ ନିଜ ଚାଷକୁ ରକ୍ଷା କରିବା ପାଇଁ ଏଭଳି ବେଆଇନ ଭାବେ ବନ୍ଧୁକ ରଖିଥିବା କହିଛନ୍ତି । ଆଜି ଜବତ ହୋଇଥିବା ସମସ୍ତ ବନ୍ଧୁକ କେବଳ ପଶୁ ଶିକାର ପାଇଁ ଉଦିଷ୍ଟ ଥିଲା ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସମ୍ବଲପୁର ଏସପି ।