୧୨ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ କଲା ପୋଲିସ, ୨ ଗିରଫ

ଭଦ୍ରକ ୨୪।୯: ( ସୁନିଲ ଦତ୍ତ ) ଭଦ୍ରକ ଚାନ୍ଦବାଲି ରାଜ୍ୟପଥର ସରକାରନଗରଠାରୁ ପୋଲିସ ୧୨୨ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଥିବା ବେଳେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ଅଜୟ ପଢ଼ିଆରୀ ଓ କାଳନ୍ଦୀ ବେହେରା ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଚାନ୍ଦବାଲି ରାଜ୍ୟପଥର ସରକାରନଗରଠାରେ ପୋଲିସ ଚେକିଂ ସମୟରେ ସନ୍ଦେହରେ ପୋଲିସ ଦୁଇ ଯୁବକଙ୍କୁ ଅଟକାଇଥିଲା । ଯାଞ୍ଚ ସମୟରେ ପୋଲିସ ସେମାନଙ୍କଠାରୁ ୧୨୨ ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି । ଜବତ ବ୍ରାଉନ ସୁଗରର ମୂଲ୍ଯ ୧୨ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି । ଚଢ଼ାଉ ବେଳେ ପୋଲିସ ବ୍ରାଉନ ସୁଗାର ସମେତ କିଛି କାଗଜ ପତ୍ର, ମୋବାଇଲ ଫୋନ ଓ  ନଗଦ ଟଙ୍କା ମଧ୍ୟ ଜବତ କରିଛି । ତେବେ ଗିରଫ ଦୁଇ ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିବା ସହିତ ଏହି ମାମଲାରେ ଖୋଲତାଡ ଜାରି ରଖିଛି ।