ସାଇକେଲ ଚୋରକୁ ଧରି ନିସ୍ତୁକ ପିଟିଲେ ଗ୍ରାମବାସୀ

ବାଲିଆପାଳ ୨୪।୯: ( ଉମାକାନ୍ତ ନାୟକ ) ସାଇକେଲ ଚୋରି କରୁଥିବା ବେଳେ ଧରାପଡି ନିର୍ଧୁମ ଛେଚା ଖାଇଲେ ଯୁବକ । ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ସିମୁଳିଆ ବଜାରରେ ଏହି ଘଟଣା ଘଟିଛି ।

ସୂଚନା ଅନୁସାରେ, ଶୁକ୍ରବାର ଦିନ ବାଲିଆପାଳର ଜଣେ ବ୍ୟକ୍ତି ନିଜ ସାଇକେଲରେ ତାଲା ମାରି ସିମୁଳିଆ ମାଛ ମାର୍କେଟକୁ ମାଛ କିଣିବାକୁ ଯାଇଥିଲେ । ସେ ଫେରି ଆଉ ତାଙ୍କ ସାଇକେଲ ପାଇନଥିଲେ । ତେବେ ସିମୁଳିଆ ଗ୍ରାମର ଜଣେ ଯୁବକ ସେହି ସାଇକେଲଟିକୁ ଚୋରି କରି 300 ଶହ ଟଙ୍କାରେ ଅନ୍ୟତ୍ର ବିକ୍ରି କରିବା ପାଇଁ ମୂଲଚାଲ କରୁଥିବା ବେଳେ ଗ୍ରାମବାସୀମାନେ ତାକୁ ଧରି ଥିଲେ । ଯୁବକକୁ ଗୋଟିଏ ଗଛରେ ବାନ୍ଧି ନିସ୍ତୁକ ମାଡ ମାରିବା ପରେ ବାଲିଆପାଳ ପୋଲିସକୁ ହସ୍ତାନ୍ତର କରିଥିଲେ । ତେବେ ଯୁବକ ଜଣକ ଆଗରୁ ମଧ୍ଯ ବହୁ ସାଇକେଲ ଚୋରି କରିଥିବା ଅଭିଯୋଗ ହୋଉଛି ।