ଯାତ୍ରା ଅଭିନେତା ସୂଜୟ ମହାପାତ୍ର ଆହତ, ଡାକ୍ତରଖାନାରେ ଭର୍ତ୍ତି

ବାଲେଶ୍ବର ୨୪।୯: (ସଂକେତ ଟିଭି) ଯାତ୍ରା ଅଭିନେତା ସୂଜୟ କୁମାର ମହାପାତ୍ରଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତ ଚାରି ଦିନ ତଳେ ସେ ବାଥରୁମରୁ ଖସି ପଡିଥିଲେ । ଏଥିରେ ତାଙ୍କର ତାଙ୍କ ଜଙ୍ଘ ପାଖ ହିପ୍ ଜଏଣ୍ଟର ହାଡ ଭାଙ୍ଗି ଯାଇଥିଲା । ତାଙ୍କୁ ବାଲେଶ୍ବର ସହରର କୌଶଲ୍ଯା ନର୍ସିଂ ହୋମରେ ଭର୍ତ୍ତି କରାଯାଇଛି ।

ଗତକାଲି ତାଙ୍କର ସଫଳ ଅସ୍ତ୍ରୋପଚାର କରାଯାଇଥିବାବେଳେ ସେ ଆହୁରି ପନ୍ଦର ଦିନ ଡାକ୍ତରଖାନାରେ ରହିବେ । ଏହା ପରେ ତାଙ୍କୁ ସଂପୂର୍ଣ୍ଣ ଭାବରେ ସୁସ୍ଥ ହେବା ପାଇଁ ତିନି ରୁ ଚାରିମାସ ସମୟ ଲାଗିବ ବୋଲି ସେ କହିଛନ୍ତି ।

ଜଣେ ଚରିତ୍ର ଅଭିନେତା ଭାବରେ ପରିଚିତ । କୋଣାର୍କ, କଳିଙ୍ଗ, ତ୍ରିନାଥ, ଇଷ୍ଟର୍ଣ୍ଣ ଭାଓଲେଟ୍, ଯାତ୍ରା ସଚିଦାନନ୍ଦ, ଇଷ୍ଟର୍ଣ୍ଣ ବ୍ଲୁ ଆଦି ଅପେରା ପାର୍ଟିରେ ଅନେକ ଲୋକପ୍ରିୟ ଚରିତ୍ରରେ ଅଭିନୟ କରିବା ପରେ ବର୍ତ୍ତମାନ ସେ ମଞ୍ଚ ମଞ୍ଜରୀରେ ଯାତ୍ରା ପାର୍ଟିରେ ଅଭିନୟ କରୁଛନ୍ତି । ସବୁବେଳେ ନିଜର ଭିନ୍ନ ଧରଣର ଅଭିନୟ ପାଇଁ ସେ ଯାତ୍ରାପ୍ରେମୀଙ୍କ ମଧ୍ଯରେ ବେଶ୍ ଲୋକପ୍ରିୟ ହୋଇପାରିଛନ୍ତି ।