ମହାନଦୀ ମଝିରେ ଫ୍ଲୋଟିଂ ରେଷ୍ଟୁରାଣ୍ଟର ମଜା ନେଇପାରିବେ ଲୋକେ

ଭୂବନେଶ୍ବର ୨୭/୦୯ : (ସଂକେତ ଟିଭି) କଟକ ମହାନଦୀ ରେ ରାଜ୍ୟର ପ୍ରଥମ ଫ୍ଲୋଟିଂ ରେଷ୍ଟୁରାଣ୍ଟ ଆରମ୍ଭ ହେବାକୁ ଯାଉଛି । ମହାନଦୀର ନଦୀ ମଝିରେ ପ୍ରାକୃତିକ ସୌନ୍ଦର୍ଯ୍ୟ ନେବା ସହିତ ବୋଟ୍ ଉପରେ ସୁସ୍ୱାଦୁ ଖାଦ୍ୟ ସହ ପର୍ଯ୍ଯଟକ ରଙ୍ଗୀନ ଲାଇଟ ସାଉଣ୍ଡର ମଜା ପାଇପାରିବେ। ଓଟିଡିସି ଘରୋଇ ସଂସ୍ଥାର ସହଭାଗିତାରେ ଓଟିଡିସି ରାଜ୍ୟରେ ପ୍ରଥମ ଥର ପାଇଁ ଏହି ରେଷ୍ଟୁରାଣ୍ଟ ଆରମ୍ଭ କରିବାକୁ ଯାଉଛି । ଆସନ୍ତା ଦୁର୍ଗା ପୂଜା ରେ ପର୍ଯ୍ୟଟକମାନେ ଏହାର ଭରପୁର ମଜା ନେଇପାରିବେ ।

ଏହି ଫ୍ଲୋଟିଂ ରେଷ୍ଟୁରାଣ୍ଟ ପାଇଁ ଏକ ବୋଟ ୫ କୋଟି ବ୍ୟୟରେ ନିର୍ମାଣ ହୋଇଛି । ବୋଟଟିକୁ ସମ୍ପୂର୍ଣ୍ଣ ନିଆରା ଡିଜାଇନ ଓ ଲୁକ ସହ ଇଣ୍ଟେରିଅର କାମ କରାଯାଉଛି। ଦୁର୍ଗା ପୂଜାରେ ଏହା ସର୍ବସାଧାରଣଙ୍କ ପାଇଁ ଖୋଲାଯିବ। ରେଷ୍ଟୁରାଣ୍ଟର ମଜା ଉଠାଇବାକୁ ହେଲେ ଓଟିଡିସି କିମ୍ବା ସହଭାଗୀ ସଂସ୍ଥା ୱାଟର ସ୍ପୋର୍ଟସ ସିମ୍ପଲ ଇଣ୍ଡିଆ ସାଇଟରେ ବୁକ କରିପାରିବେ।