ବାଲେଶ୍ବର ଜିଲ୍ଲାରେ ୪୫ ରୁ ଉର୍ଦ୍ଧ୍ବ ଲୋକଙ୍କୁ ଟିକାକରଣ ପାଇଁ ମଙ୍ଗଳବାର ସ୍ଲଟ ବୁକିଂ

ବାଲେଶ୍ବର ୨୮।୦୯: (ସଂକେତ ଟିଭି) ବାଲେଶ୍ବର ଜିଲ୍ଲାରେ ୪୫ ରୁ ଉର୍ଦ୍ଧ୍ବ ହିତାଧିକାରୀ ଙ୍କ ୧ମ ଓ ୨ୟ ଡୋଜ ଟିକାକରଣ ପାଇଁ ସ୍ଲଟ ବୁକିଂ ମଙ୍ଗଳବାର (ସେପ୍ଟେମ୍ବର ୨୮ତାରିଖ) ଅପରାହ୍ନ ୪ ଘଟିକା ସମୟରେ ଆରମ୍ଭ ହେବ । ଜିଲ୍ଲାର ୧୨ଟି ବ୍ଲକ ଏବଂ ସହରାଂଞ୍ଚଳର ୨୧ଟି ଟିକାକରଣ କେନ୍ଦ୍ରରେ ସେପ୍ଟେମ୍ବର ୨୯ ଓ ୩୦ ତାରିଖରେ ହେବାକୁ ଥିବା ଟିକାକରଣ ପାଇଁ ଏହି ରେଜିଷ୍ଟ୍ରେସନ ପ୍ରଜୁଜ୍ଯ ହେବ । କୋଓ୍ବିନ (Cowin) ପୋର୍ଟାଲକୁ ଯାଇ ଏହି ଚିକାକରଣ ପାଇଁ ସ୍ଲଟ ବୁକିଂ କରିପାରିବେ ।

ସେପଟେ ୪୫ ରୁ ଉର୍ଦ୍ଧ୍ବ ହିତାଧିକାରୀ ଙ୍କ ୧ମ ଓ ୨ୟ ଡୋଜ on-spot ଟୀକାକରଣ ସେପ୍ଟେମ୍ବର ୨୯ ଓ ୩୦ ତାରିଖରେ ୬୯ ଟୀକାକରଣ କେନ୍ଦ୍ର ରେ ଅନୁଷ୍ଠିତ ହେବ। ଏହା ପାଇଁ ଅନଲାଇନରେ ସ୍ଲଟ ବୁକିଙ୍ଗ କରିବା ଆବଶ୍ୟକ ନୁହେଁ।