ବାଲେଶ୍ବର ଜିଲ୍ଲାରେ ୧୮ ରୁ ୪୪ ବର୍ଷ ଲୋକଙ୍କୁ ଟିକାକରଣ ପାଇଁ ରବିବାର ସ୍ଲଟ ବୁକିଂ

ବାଲେଶ୍ବର ୨।୧୦: (ସଂକେତ୍ ଟିଭି) ବାଲେଶ୍ବର ଜିଲ୍ଲାରେ ୧୮ ରୁ ୪୪ ବର୍ଷ ର ହିତାଧିକାରୀଙ୍କୁ ୧ମ ଓ ୨ୟ ଡୋଜ ଟିକାକରଣ ପାଇଁ ସ୍ଲଟ ବୁକିଂ ରବିବାର ( ଅକ୍ଟୋବର ୩ ତାରିଖ) ମଧ୍ୟାହ୍ନ ୧୨ ଘଟିକା ସମୟରେ ଆରମ୍ଭ ହେବ । ଜିଲ୍ଲାର ୧୨ଟି ବ୍ଲକ ଏବଂ ସହରାଂଞ୍ଚଳର ୯୭ଟି ଟିକାକରଣ କେନ୍ଦ୍ରରେ ଅକ୍ଟୋବର ୪ ଓ ୫ ତାରିଖରେ ହେବାକୁ ଥିବା ଟିକାକରଣ ପାଇଁ ଏହି ରେଜିଷ୍ଟ୍ରେସନ ପ୍ରଜୁଜ୍ଯ ହେବ । କୋଓ୍ବିନ (Cowin) ପୋର୍ଟାଲକୁ ଯାଇ ଏହି ଚିକାକରଣ ପାଇଁ ସ୍ଲଟ ବୁକିଂ କରିପାରିବେ ।