ଆର୍ୟନ ଖାନଙ୍କୁ ମିଳିଳା ନାହିଁ ଜାମିନ୍, ଅକ୍ଟୋବର ୭ ତାରିଖ ଯାଏଁ ରହିବେ ଏନ୍‌ସିବି ହାଜତରେ

ମୁମ୍ବାଇ ୪।୧୦: (ସଂକେତ ଟିଭି) କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଥିବା ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ଜାମିନ ଆବେଦନ ଖାରଜ୍ ହୋଇଛି । ତାଙ୍କୁ ଅକ୍ଟୋବର 7 ପର୍ଯ୍ୟନ୍ତ ମୁମ୍ବାଇ କୋର୍ଟ ଏନସିବି ହାଜତକୁ ପଠାଇ ଦେଇଛନ୍ତି । ଏହା ବ୍ୟତୀତ ଅନ୍ୟ ଦୁଇ ଅଭିଯୁକ୍ତ ଅରବାଜ ସେଠ୍ ମର୍ଚାଣ୍ଟ ଏବଂ ମୁନମୁନ୍ ଧାମେଚାଙ୍କ ହାଜତ ଅବଧି ବୃଦ୍ଧି କରାଯାଇଛି ଏବଂ ସେମାନଙ୍କୁ ଅକ୍ଟୋବର 7 ପର୍ଯ୍ୟନ୍ତ ଏନସିବି ରିମାଣ୍ଡରେ ରହିବାକୁ ପଡ଼ିବ।

କୋର୍ଟରେ ଶୁଣାଣି ସମୟରେ ଏନସିବି ପକ୍ଷରୁ ଲଢୁଥିବା ଅତିରିକ୍ତ ସଲିସିଟର ଜେନେରାଲ ଅନୀଲ ସିଂ କହିଛନ୍ତି ଯେ ଆର୍ୟନ ଖାନଙ୍କ ହ୍ବାଟସ୍ ଆପ୍ ଚାଟ୍ ରେ ଜଣାପଡିଛି ଯେ ଡ୍ରଗ୍ସ ପାଇଁ ନଗଦ କାରବାର ହୋଇଛି। ଏହା ସହିତ ଏମିତି ଆହୁରି ଅନେକ ତଥ୍ଯ ମିଳିଛି ଯାହାର ତଦନ୍ତ ବାକି ରହିଛି ।

ସେ କହିଥିଲେ ଯେ ହ୍ବାଟସ୍ ଆପରେ ଆର୍ୟନ ଖାନ ଡ୍ରଗ୍ସ ବେପାରୀଙ୍କ ସହ କୋଡ୍ ୱାର୍ଡରେ ଡ୍ରଗ୍ସ ବିଷୟରେ କଥାବାର୍ତ୍ତା କରୁଥିଲେ। ତାଙ୍କ ବ୍ୟତୀତ ଅନ୍ୟ ଅଭିଯୁକ୍ତମାନେ ମଧ୍ୟ ଏହି ରାକେଟ୍ ରେ କାମ କରୁଥିଲେ। ଏହି ମାମଲାରେ 5 ଜଣ ଅଭିଯୁକ୍ତଙ୍କ ତଦନ୍ତ ଚାଲିଛି। ଏହା ବ୍ୟତୀତ 8 ଅଭିଯୁକ୍ତଙ୍କୁ ଗିରଫ କରାଯାଇ ତାଙ୍କର ତଦନ୍ତ କରାଯାଉଛି । ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ରେଫରେନ୍ସ ଦିଆଯାଇଥିଲା ଯେଉଁଥିରେ ଦର୍ଶାଯାଇଛି ଯେ ଏନଡିପିଏସର ସମସ୍ତ ସେକ୍ସନରେ ଦିଆଯାଇପାରିବ ନାହିଁ ।

ଏନସିବିର ଓକିଲ କହିଛନ୍ତି ଯେ ଆର୍ୟନ୍ ଖାନ ବିଦେଶରେ ମଧ୍ଯ ଡ୍ରଗ୍ସ ନେଇଥିଲେ । ଏଥିପାଇଁ ଏନସିବି ଆନ୍ତର୍ଜାତୀୟ ଡ୍ରଗ୍ସ ରାକେଟ୍ ବିଷୟରେ ମଧ୍ଯ ଅନେକ ତଥ୍ଯ ହାସଲ କରିବାକୁ ଚାହୁଁଛି। ସେଥିପାଇଁ ଆର୍ୟନ ଏବଂ ଅନ୍ୟ ଅଭିଯୁକ୍ତଙ୍କ ରିମାଣ୍ଡରେ ନେବାକୁ ଚାହୁଁଛନ୍ତି ବୋଲି ସେ କହିଥିଲେ। ଜେରା ସମୟରେ ଅତିରିକ୍ତ ସଲିସିଟର ଜେନେରାଲ ପ୍ରଶ୍ନ କରିଥିଲେ ଯେ ଆର୍ଯ୍ଯନଙ୍କୁ କାହିଁକି ପାର୍ଟିକୁ ନିମନ୍ତ୍ରଣ କରାଯାଇଥିଲା? ତାଙ୍କ ସହ ଥିବା ଲୋକଙ୍କ ସହ ଡ୍ରଗ୍ସ ମିଳିଛି। ତାଙ୍କ ସହିତ ଆର୍ଯ୍ୟନ୍ ଚାଟ୍ କରିଛନ୍ତି । ଏହାର ଅନୁସନ୍ଧାନ କରାଯିବା ଉଚିତ ନୁହେଁ କି?

ଆର୍ୟନ ଖାନଙ୍କ ଓକିଲ କଣ କହିଲେ –
କୋର୍ଟରେ ଶୁଣାଣି ସମୟରେ ଆର୍ଯ୍ୟନ୍ ଖାନଙ୍କ ଓକିଲ ସତୀଶ ମାନେ ସିନ୍ଦେ କହିଛନ୍ତି ଯେ ଆର୍ୟନଙ୍କ ପାଖରେ ଟିକେଟ୍ ନାହିଁ କି ବୋର୍ଡିଂ ପାସ୍ ମଧ୍ଯ ନାହିଁ। ସେ ଆୟୋଜକଙ୍କୁ ମଧ୍ୟ ଭେଟି ନାହାଁନ୍ତି। ଆର୍ୟନଙ୍କଠାରୁ କୌଣସି ଡ୍ରଗ୍ସ ମିଳିନାହିଁ। ତାଙ୍କ ବନ୍ଧୁ ଅରବାଜ ମର୍ଚାଣ୍ଟଙ୍କଠାରୁ ଛଅ ଗ୍ରାମର ଡ୍ରଗ୍ସ ମିଳିଥିଲା। 400 ଗ୍ରାମ ଡ୍ରଗ୍ସ ଜବତ ମାମଲାରେ ହାଇକୋର୍ଟ ଜାମିନ ପ୍ରଦାନ କରିଥିବାରୁ ଏହି ମାମଲାରେ ମଧ୍ଯ ଜାମିନ ଦିଆଯାଇପାରିବ ବୋଲି ସେ ଯୁକ୍ତି ରଖିଥିଲେ।