୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ସିଡିପିଓ

କଳାହାଣ୍ଡି ୪।୧୦: (ସଂକେତ ଟିଭି) ଛତୁଆ ବିଲ୍ ପାସ୍ ପାଇଁ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ସିଡିପିଓ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।

ଲାଞ୍ଜିଗଡ଼ ଆଇ.ସି.ଡି.ଏସ ସିଡିପିଓ ମୀନା କୁମାରୀ ପାତ୍ର ସୋମବାର ଦିନ କାର୍ଯ୍ୟାଳୟରେ ଦୁଇଟି ଏସଏଚଜିର ଛତୁଆ ବିଲ୍ ବାବଦକୁ ୧୧ ଲକ୍ଷ ୫୯ ହଜାର ଟଙ୍କା ବିଲ୍ ପାସ୍ କରିବାକୁ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ପୂର୍ବରୁ ଛକି ରହିଥିବା କୋରାପୁଟର ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଟଙ୍କା ନେବା ସମୟରେ ଧରିଥିଲେ । ଏନେଇ ଭିଜିଲାନ୍ସ ଏକ ମାମଲା ରୁଜୁ କରିବା ସହିତ କାଲାହାଣ୍ଡି ଜିଲ୍ଲାର ତିନୋଟି ସ୍ଥାନରେ ପାତ୍ରଙ୍କ ସମ୍ପତ୍ତି ଉପରେ ଏକକାଳୀନ ଚଢାଉ କରାଯାଇଛି।