ମହାନଦୀରେ ଗାଧୋଉଥିବା ବେଳେ ଭାସିଗଲେ ବାପ-ଝିଅ, ଉଦ୍ଧାର ହେଲା ପୁଅ

ସମ୍ବଲପୁର ୪।୧୦: (ସଂକେତ ଟିଭି) ସମ୍ବଲପୁରରେ ଗାଧୁଉଥିବା ବେଳେ ମହାନଦୀର ଦଳେଇ ପଡ଼ା ଘାଟରେ ଭାସିଗଲେ ଗୋଟିଏ ପରିବାରର ୨ ପିଲା ଓ ବାପା । ବାପା ପୁଅ ଝିଅ ଭାସିଯାଇଛନ୍ତି । ପ୍ରଥମେ ସ୍ଥାନୀୟ ମତ୍ସଜୀବୀମାନେ ଖୋଜା ଖୋଜି କରିଥିବା ବେଳେ ପରେ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଲାସୀ ଅଭିଯାନ ଜାରି ରଖଛନ୍ତି । ପରେ ଅଗ୍ନିଶମ ବାହିନୀ ପୁଅ (୧୫ ବର୍ଷ)କୁ ଉଦ୍ଧାର କରି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି । ବାପା ଓ ଝିଅଙ୍କ ଉଦ୍ଧାର ପାଇଁ ଏବେ ବି ଉଦ୍ୟମ ଜାରି ରହିଛି । ମାତ୍ର ଏ ପର୍ଯ୍ୟନ୍ତ ସେମାନଙ୍କ ପତ୍ତା ମିଳିନାହିଁ । ସଂଧ୍ୟା ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ।

ନିଖୋଜ ବାପାଙ୍କ ନାମ ମହମ୍ମଦ ଅଲତାଫ (୪୦) ବର୍ଷ ଓ ଝିଅର ନାମ ରୁକସାନା ପରବିନ (୧୨ ବର୍ଷ) ବୋଲି ଜଣାପଡ଼ିଛି । ଉଦ୍ଧାର ହୋଇଥିବା ପୁଅର ନାମ ମହମ୍ମଦ ଅଫତାବ (୧୫ ବର୍ଷ) ବୋଲି ଜଣାପଡ଼ିଛି । ମହାନଦୀରେ ଏବେ ପ୍ରବଳ ସୁଅ ଥିବାରୁ ସେମାନେ ସୁଅରେ ଭାସିଯାଇଥିଲେ । ସମ୍ବଲପୁରର ଏକ ହୋଟେଲ୍‌ରେ ସେ ଅଲତାବ୍‌ କାମ କରୁଥିଲେ । ସମ୍ବଲପୁର ପେସନ ପଡାର ବାସିନ୍ଦା ବୋଲି ଜଣା ପଡିଛି ।