ପ୍ରଥମ ସ୍ତ୍ରୀ ଥାଇ ଦ୍ବିତୀୟ ବିବାହ କରିବା ପଡିଲା ମହଙ୍ଗା, ରେଳଷ୍ଟେସନରୁ ଉଠାଇ ଆଣିଲା ପୋଲିସ

ସୋର ୪।୧୦: (ସଂକେତ ଟିଭି) ଦ୍ବିତୀୟ ବିବାହ କରି ବମ୍ବେ ଯିବା ପାଇଁ ଟ୍ରେନକୁ ଅପେକ୍ଷା କରିଥିବା ସମୟରେ ଯୁବକଙ୍କୁ ଉଠାଇ ନେଲା ପୋଲିସ । ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅଂଚଳରେ ଘଟିଛି ଏଭଳି ଘଟଣା ।

ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ବାଲିହେନ୍ତି ଅଞ୍ଚଳର ଅଜୟ ସାମଲ ସେ ମୁମ୍ବାଇରେ ଏକ ଘରୋଇ କମ୍ପାନୀ ରେ ଚାଟାର୍ଡ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରନ୍ତି। ସେ ୨୦୧୧ ମସିହାରେ
ଭଦ୍ରକ ଜିଲ୍ଲା ଚରମ୍ପା ଅଞ୍ଚଳର ଶତାବ୍ଦୀ ନାୟକଙ୍କୁ ବୈଦିକ ରିତିରେ ବିବାହ କରିଥିଲେ । ହେଲେ ବିବାହ ପରେ ଶ୍ବଶୁର ଘରେ ଅଧିକ ଯୌତୁକ ପାଇଁ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରି ଶତାବ୍ଦୀ ୯ ବର୍ଷର ଝିଅଙ୍କୁ ନେଇ ତାଙ୍କ ବାପଘରେ ରହୁଥିଲେ । ଏନେଇ ଏକ ମାମଲା ବାଲେଶ୍ବର ଫେମିଲି କୋର୍ଟରେ ବିଚାରାଧିନ ରହିଛି ।

ତେବେ ସୋର କୁଶଳେଶ୍ବର ମନ୍ଦିରରେ ସ୍ବାମୀ ସଞୟ ଦ୍ବିତୀୟ ବିବାହ କରି ବମ୍ବେ ପଳାଇ ଯାଉଥିବା ଖବର ପାଇ ଶତାବ୍ଦୀ ସିମୁଳିଆ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ସିମୁଳିଆ ପୋଲିସ୍ ସୋର ରେଳ ଷ୍ଟେସନ୍ ନିକଟରୁ ରେଳବାଇ ପୋଲିସ୍ ସହାୟତାରେ ସିମୁଳିଆ ଥାନାକୁ ଆଣି ଅଟକ ରଖିଛି । ସେପଟେ ଶତାବ୍ଦୀ ଫେମିଲି କୋର୍ଟରେ ହାଜର ନହୋଇ ତାଙ୍କୁ ଅଯଥା ହଇରାଣ କରି ବଦନାମ୍ କରୁଥିବା ସଂଜୟ ଅଭିଯୋଗ କରିଛନ୍ତି ।