ଚଷମା ଖୋଳ ଭିତରେ ଡ୍ରଗ୍ସ ରଖିଥିଲେ ଶାହାରୁଖ ଖାନ୍‌ଙ୍କ ପୁଅ ଆର୍‌ୟନ୍‌

ମୁମ୍ବାଇ ୪।୧୦: (ସଂକେତ ଟିଭି) ମୁମ୍ବାଇ କ୍ରୁଜ୍‌ ଡ୍ରଗ୍‌ କେସ୍‌ ରେ ଶାହାରୁଖ ଖାନ୍‌ଙ୍କ ପୁଅ ଆର୍‌ୟନ୍‌ ଖାନ୍‌ ଚଷମା ଖୋଳ ଭିତରୁ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଡ୍ରଗ୍ସ ଜବତ ହୋଇଥିଲା । ଏହି ସହିତ ଅନ୍ଯମାନଙ୍କର ସାନିଟାରି ଫ୍ୟାଡ୍ ଏବଂ ମେଡିସିନ ବକ୍ସରୁ ଡ୍ରଗ୍ସ ଜବତ କରିଥିବା ଜଣାପଡିଛି ।

ଶନିବାର ମୁମ୍ବାଇ ଉପକୂଳରେ ଥିବା ଏମ୍ପ୍ରେସ୍ କ୍ରୁଜ୍ ଜାହାଜରେ ଥିବା ଏକ ରେଭ୍ ପାର୍ଟିରେ ଏନସିବି ଚଢାଉ କରିଥିଲା । ଏହି ଚଢାଉ ସମୟରେ ଏନସିବି ଚାରସ୍, ଏମଡିଏମଏ ଏବଂ କୋକେନ ସମେତ ଅନେକ ବେଆଇନ ନିଶା ଦ୍ରବ୍ଯ ଜବତ କରିଥିଲା।ଏନସିବି ରେଭ ପାର୍ଟିରୁ ଆର୍ଯ୍ୟନ୍ ଖାନଙ୍କ ସମେତ ମୋଟ ଆଠ ଜଣଙ୍କୁ ଗିରଫ କରିଥିଲା।

ଏନସିବି ସୂତ୍ର ଅନୁଯାୟୀ ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ତାଙ୍କ ଚଷମା ଖୋଳରେ ଡ୍ରଗ୍ସ ରଖିଥିଲେ। ତାଙ୍କୁ ରବିବାର ଦିନ ନାର୍କୋଟିକ୍ ଡ୍ରଗ୍ ଏବଂ ସାଇକୋଟ୍ରୋପିକ୍ ପଦାର୍ଥ ଅଧିନିୟମ (ଏନଡିପିଏସ) ର ଚାରୋଟି ସେସ୍କନରେ ଗିରଫ କରାଯାଇଥିଲା। କୋର୍ଟ ତାଙ୍କୁ ଓ ଅନ୍ୟ ଦୁଇଜଣଙ୍କୁ ଅକ୍ଟୋବର 4 ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

ସେପଟେ ଆର୍ଯ୍ୟନ୍ ଖାନଙ୍କ ହ୍ବାଟସ୍ ଆପ୍ ଚାଟ୍ ରୁ ଜଣାପଡିଛି ଯେ ସେ ଏବଂ ତାଙ୍କ ବନ୍ଧୁ ଏକାଧିକ ଥର ବେଆଇନ ଡ୍ରଗ୍ ବିଷୟରେ ଚାଟିଂ କରିଥିଲେ।