ବନ୍ଧୁକ ଡିଲ୍ ବେଳେ ଆଲ୍‌ବମ୍‌ ନିର୍ଦ୍ଦେଶକଙ୍କ ସମେତ ୪ ଜଣଙ୍କୁ ଗିରଫ କଲା ପୋଲିସ

କଟକ,୫/୧୦: (ପୂର୍ଣ୍ଣେନ୍ଦୁ ପ୍ରଧାନ) ବନ୍ଧୁକ ଡିଲ୍‌ ଚଲିଥିବା ବେଳେ ବାଦମବାଡ଼ି ପୋଲିସ୍‌ ଚଢ଼ାଉ କରି ଜଣେ ଆଲ୍‌ବମ୍‌ ନିର୍ଦ୍ଦେଶକଙ୍କ ସମେତ ୪ ଜଣ ଦୁର୍ବୃତ୍ତକୁ ଗିରଫ କରିଛି। ଆଲ୍‌ବମ୍‌ ନିର୍ଦ୍ଦେଶକଙ୍କ ନାମ ଜିତୁ ଓରଫ ପ୍ରକାଶ ରାଉତ ବୋଲି ଜଣାପଡ଼ିଛି । ଏହି ଗ୍ୟାଙ୍ଗ ନିକଟରୁ ଗୋଟିଏ ଦେଶୀ ୯ ଏମଏମ ପିସ୍ତଲ, ଗୋଟିଏ ଦେଶୀ ୭.୬୫ ଏମଏମ ପିସ୍ତଲ, ଗୋଟିଏ ସିକ୍ସର ରିଭଲବର ଓ ୧୬ଟି ଜୀବନ୍ତ ଗୁଳି ଜବତ କରିଛି।

ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ସଦର ଥାନା ଝିଙ୍କିରିଆର ଜ୍ଞାନ ରଞ୍ଜନ ସାହୁ ଓରଫ ନବ, ଶଙ୍କରପୁର ଦାସସାହିର ପ୍ରକାଶ ରାଉତ ଓରଫ ପପୁ, ବାଲିସାହିର ପ୍ରମୋଦ କୁମାର ରାଉତ ଓରଫ ଜିତୁ ଓ ଚାଉଳିଆଗଞ୍ଜ ଗତିରାଉତ ପାଟଣାର ସୁଶାନ୍ତ ପରିଡ଼ା।

ସୂଚନା ଅନୁଯାୟୀ, ବାଦାମବାଡ଼ି ଅଞ୍ଚଳରେ ବନ୍ଧୁକ ଡ଼ିଲ୍‌ ବେଳେ ବାଦାମବାଡ଼ି ଥାନା ପୋଲିସ ଚଢାଉ କରିଥିଲା । ପୋଲିସ ଏହି ଗ୍ୟାଙ୍ଗ ନିକଟରୁ ଗୋଟିଏ ଦେଶୀ ୯ ଏମଏମ ପିସ୍ତଲ, ଗୋଟିଏ ଦେଶୀ ୭.୬୫ ଏମଏମ ପିସ୍ତଲ, ଗୋଟିଏ ସିକ୍ସର, ୧୬ଟି ଜୀବନ୍ତ ଗୁଳି ଜବତ କରିଛି। ନବ ବିରୋଧରେ ୭ଟି, ପପୁ ବିରୋଧରେ ୫ଟି, ସୁଶାନ୍ତ ବିରୋଧରେ ଦୁଇଟି ଅପରାଧୀକ ମାମଲା କମିସନରେଟ ପୋଲିସରେ ରହିଥିବା ନେଇ କଟକ ଡ଼ିସିପି ପ୍ରତୀକ୍‌ ସିଂହ ସୂଚନା ଦେଇଛନ୍ତି ।