ପ୍ରକାଶ ପାଇଲା ଓଏଏସ ପରୀକ୍ଷା ଫଳ, ଅଶ୍ୱିନୀ କୁମାର ପଣ୍ଡା ଟପ୍ପର

ଭୂବନେଶ୍ବର ୦୮/୧୦ : (ସଂକେତ ଟିଭି) ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ଫଳ ପ୍ରକାଶ ପାଇଲା । ୨୦୧୯ ଓଏଏସ ପରୀକ୍ଷାରେ ଅଶ୍ୱିନୀ କୁମାର ପଣ୍ଡା ଟପ୍ପର ହୋଇଛନ୍ତି । ବିଭିନ୍ନ ବର୍ଗର ୧୫୩ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫୬ ଜଣ ମହିଳା ଅଛନ୍ତି । ପ୍ରଥମ ୧୦ ଜଣଙ୍କ ମଧ୍ୟରେ ୭ଜଣ ପୁରୁଷ ଓ ୩ ଜଣ ମହିଳା ଅଛନ୍ତି । ଦ୍ୱିତୀୟରେ ଅଙ୍କୁର ଅଭିଳାଷ, ତୃତୀୟରେ ରଶ୍ମିରେଖା ପାତ୍ର ଥିବା ବେଳେ ଚତୁର୍ଥ, ପଞ୍ଚମ ସ୍ଥାନରେ ସୌମ୍ୟରଞ୍ଜନ ପ୍ରଧାନ ଓ ସିଦ୍ଧେଶ୍ୱର ନାୟକ ରହିଛନ୍ତି । ୨୫ ହଜାର ୭୮୦ ଜଣ ପରୀକ୍ଷା ଦେଇଥିବା ବେଳେ ୧୮ ଶହ ୮୦ ଜଣ ଲିଖିତ ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ସେଥିରୁ ୧୬ ଶହ ୧୦ ଜଣ ପରୀକ୍ଷା ଦେଇଥିଲେ ।