ମିଠା ଦୋକାନରେ ଖାଦ୍ୟ ସୁରକ୍ଷା ବିଭାଗର ଚଢାଉ, ୪ ହଜାର ଟଙ୍କା ଜୋରିମାନା

ବାଲେଶ୍ବର ୧୧/୧୦: (ସଂକେତ ଟିଭି) ବାଲେଶ୍ବର ସହରର ମୋତିଗଞ୍ଜ, ନୂଆବଜାର, ଫକୀର ମୋହନ ଗୋଲେଇ, କୁରୁଡା ଛକରେ ଥିବା ମିଠା ଦୋକାନମାନଙ୍କରେ ଆଜି ଜିଲ୍ଲା ଖାଦ୍ୟ ସୁରକ୍ଷା ଟିମ୍ ପକ୍ଷରୁ ଚଢ଼ଉ କରାଯାଇଥିଲା ।

ଚଢାଉ ବେଳେ ଖାଦ୍ୟ ସୁରକ୍ଷା ନିୟମ ଉଲଂଘନ କରାଯାଇ ରଖାଯାଇଥିବା ବିଭିନ ବାସି ଖାଦ୍ୟ ସାମଗ୍ରୀ ଠାବ ହୋଇଥିଲା। ସେହିପରି ଅସ୍ବସ୍ତିକର ପରିବେଶ, ବିଭିନ୍ନ ବାସି ଖାଦ୍ୟ ସାମଗ୍ରୀରେ ବ୍ୟବହାର ଓ ଘରୋଇ ବ୍ୟବହୃତ ଗ୍ୟାସକୁ ବ୍ୟବସିୟୀକ ଭିତ୍ତିରେ ବ୍ୟବହାର ହେବା, ଏଥିସହିତ ଦୂଷିତ ପାନୀୟ ଜଳକୁ ଖାଦ୍ୟ ତିଆରି ବେଳେ ବ୍ୟବହାର ହେଉଥିବା ଭଳି ଅନିୟମିତତା ସାମ୍ନାକୁ ଆସିଥିଲା। ଏହି ଚଢାଉ ସମୟରେ ୧୦ କିଲୋ ବାସି ମିଠା ନଷ୍ଟ ଫିଙ୍ଗାଯିବା ସହିତ ସମ୍ପୃକ୍ତ ଦୋକାନ କୁ ଖାଦ୍ୟ ସୁରକ୍ଷା ନିୟମ ଉଲଘଂନ ପାଇଁ ୪ ହଜାର ୩ ଶହ ଟଙ୍କା ଫାଇନ ଆଦାୟ କରାଯାଇଛି ।

ଏହାସହିତ ମିଠା ତିଆରି କରିବାର ତାରିଖ ଲେଖେ ଦୋକାନରେ ମାରିବାକୁ ନିର୍ଦେଶ ଦିଆଯାଇଛି । ଯଦି କୌଣସି ଦୋକାନୀ ଏଥିରେ ଖିଲାପ କରନ୍ତି ତେବେ ତାଙ୍କର ଖାଦ୍ଯ ତିଆରି କରିବାର ଅଧିକାର ରଦ୍ଧ କରାଯିବା ସହିତ ଆଇନଗତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖାଦ୍ୟ ସୁରକ୍ଷା ଟିମ୍ ପକ୍ଷରୁ କୁହାଯାଇଛି ।