ପୂର୍ବତନ ଆଇଏଏସ୍ ଅଧିକାରୀ ଅମିତ ଖେରେ ହେଲେ ପ୍ରଧାନମନ୍ତ୍ରୀଙ୍କ ନୂଆ ପରାମର୍ଶଦାତା

ନୂଆଦିଲ୍ଲୀ ୧୨/୧୦: (ସଂକେତ ଟିଭି) ପୂର୍ବତନ ଆଇଏଏସ୍ ଅଧିକାରୀ ଅମିତ ଖେରେଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଭାବରେ ନିଯୁକ୍ତ କରାଯାଇଛି । ଏନେଇ ମଙ୍ଗଳବାର ଜାରି କରାଯାଇଛି ନିଯୁକ୍ତି ଆଦେଶ । ୩୦ ସେପ୍ଟେମ୍ବର ଉଚ୍ଚଶିକ୍ଷା ସଚିବ ପଦରୁ ଅବସର ନେଇଥିଲେ ଖେରେ ।

୧୯୮୫ ବ୍ୟାଚ୍‌ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ତଥା ପୂର୍ବତନ ସୂଚନା ପ୍ରସାରଣ ଓ ମାନବ ସମ୍ବଳ ବିଭାଗର ସଚିବ ଶ୍ରୀ ଖେରେଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପରାମର୍ଶଦାତା ନିଯୁକ୍ତ ନେଇ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ନିଯୁକ୍ତି କମିଟି ମଞ୍ଜୁରୀ ପ୍ରଦାନ କରିଛି । ସେ ଆଗାମୀ ୨ ବର୍ଷ ପର୍ଯ୍ୟନ୍ତ ଏହି ପଦରେ ରହିବେ ।

ଅମିତ ଖେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶରେ ଜାତୀୟ ଶିକ୍ଷାନୀତି ୨୦୨୦ ଗଠନ ଓ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟରେ ରହି ଡିଜିଟାଲ ନିୟମରେ ପରିବର୍ତ୍ତନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।ପୂର୍ବତନ କ୍ୟାବିନେଟ ସଚିବ ପି.କେ ସିହ୍ନା ଏବଂ ପୂର୍ବତନ ସଚିବ ଅମରଜିତ ସିହ୍ନା ଚଳିତ ବର୍ଷ ପିଏମଓରେ ପରାମର୍ଶଦାତା ପଦ ଛାଡିବା ପରେ ଅମିତ ଖେରଙ୍କୁ ନିଯୁକ୍ତି ଦିଆଯାଇଛି । ସମ୍ପୂର୍ଣ୍ଣ ସ୍ବଚ୍ଛତା ଓ ପାରଦର୍ଶିତା ସହିତ ଖେରେ ଏକ ସ୍ପଷ୍ଟ ନିଷ୍ପତ୍ତି ଗ୍ରହଣ ଅଧିକାରୀ ଭାବରେ ପରିଚିତ । ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧୀନରେ କେନ୍ଦ୍ର ମାନବସମ୍ବଳ ମନ୍ତ୍ରଣାଳୟରେ ଉଚ୍ଚଶିକ୍ଷା ଏବଂ ଗଣ ଶିକ୍ଷା ବିଭାଗର ମୁଖ୍ୟ ତଥା ସୂଚନା ଏବଂ ପ୍ରସାରଣ ସଚିବ ଭାବରେ କାର୍ଯ୍ୟ କରିଥିବା ଅଳ୍ପ କେତେକ ସଚିବଙ୍କ ମଧ୍ୟରୁ ଜଣେ ।