ପାକିସ୍ଥାନୀ ଆତଙ୍କବାଦୀକୁ ଗିରଫ କଲା ଦିଲ୍ଲୀ ପୋଲିସ, ବଡଧରଣର ଆକ୍ରମଣରୁ ବର୍ତିିଲା ରାଜଧାନୀ

ନୂଆଦିଲ୍ଲୀ ୧୨/୧୦: (ସଂକେତ ଟିଭି) ରାଜଧାନୀ ଦିଲ୍ଲୀ ଉପରେ ଏକ ବଡଧରଣର ଆତଙ୍କୀ ଆକ୍ରମଣ ପଣ୍ଡ ହୋଇଛି । ଦିଲ୍ଲୀରୁ ଧରାପଡ଼ିଛି ଜଣେ ପାକିସ୍ତାନ ଆତଙ୍କବାଦୀ । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ ଲକ୍ଷ୍ମୀ ନଗର ଅଞ୍ଚଳରେ ରହୁଥିବା ପାକିସ୍ତାନ ଆତଙ୍କୀ ମହମ୍ମଦ ଅଶରଫକୁ ଗିରଫ କରିଛି । ଏହା ସହିତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଠାବ କରିଛି । ଏହି ଆତଙ୍କବାଦୀ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ଦ୍ବାରା ଟ୍ରେନିଂ ପାଇଛି । ସେ ରାଜଧାନୀ ଦିଲ୍ଲୀରେ ବିସ୍ଫୋରଣ କରିବାକୁ ଷଡ଼ଯନ୍ତ୍ର କରିଥିଲା ।

ସୂଚନା ଅନୁଯାୟୀ, ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ୍‌ ସୋମବାର ରାତି ୯ଟା ୨୦ରେ ତାକୁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଲକ୍ଷ୍ମୀ ନଗର ଅଞ୍ଚଳରେ ଆତଙ୍କୀ କାର୍ଯ୍ୟକଳାପ ସମ୍ପର୍କରେ ଖବର ପାଇଥିଲା । ଏହାପରେ ପୋଲିସ ସେଠାରେ ରେଡ ମାରିଥିଲା । ଏହି ସମୟରେ ପୋଲିସ ଅଧିକାରୀଙ୍କ ପଞ୍ଝାରେ ପଡିଥିଲା ଅଶରଫ । ତା ପାଖରୁ ଏକେ -୪୭ ରାଇଫଲ, ୬୦ ରାଉଣ୍ଡ ଗୁଳି ସହ ଅତିରକ୍ତ ମାଗାଜିନ, ଗୋଟିଏ ହ୍ୟାଣ୍ଡ ଗ୍ରେନେଡ, ୨ଟି ଅତ୍ୟାଧୁନିକ ପିସ୍ତଲ ଓ ୫୦ ରାଉଣ୍ଡ ଗୁଳି ଜବତ ହୋଇଛି ।

ଗିରଫ ଆତଙ୍କବାଦୀ ମହମ୍ମଦ ଅଶରଫ ପାକିସ୍ତାନର ପଞ୍ଜାବ ପ୍ରଦେଶର ନବରେଲ ଅଞ୍ଚଳର ବାସିନ୍ଦା। ସେ ଜାଲ ଦସ୍ତାବିଜ ହାସଲ କରି ନିଜକୁ ଭାରତୀୟ ବୋଲି ପରିଚୟ ଦେଇ ଦିଲ୍ଲୀରେ ରହୁଥିଲା । ସେ ବାଙ୍ଗଲାଦେଶ ବାଟରେ ଭାରତରେ ପ୍ରବେଶ କରି ଦୀର୍ଘ ତେର ବର୍ଷ ହେଲା ପାକିସ୍ଥାନର ସ୍ଲିପର ସେଲ ଭାବରେ ରହିଆସୁଥିଲା । ସେ ଏକ ବଡଧରଣର ବିସ୍ଫୋରଣ କରିବା ନେଇ ଯୋଜନା କରୁଥିଲା । ଏନେଇ ସେ ଦିଲ୍ଲୀରେ ରହୁଥିଲା । ସ୍ପେଶାଲ ସେଲ ତାର ନାଁରେ ୟୁଏପିଏ, ଆର୍ମସ ଆକ୍ଟ, ବିସ୍ଫୋରକ ଖଚିତ ରଖିବା ଭଳି ଆଇନ ଅନୁସାରେ ମାମଲା ରୁଜ୍ଜୁ ହୋଇଛି ।

ଆତଙ୍କବାଦୀ ଆଶରଫ ଅଲିର ଖୁଲାସା ପରେ ବିହାର ପୋଲିସ ବିଭାଗରେ ଆଲୋଡ଼ନ ସୃଷ୍ଟି ହୋଇଛି ଏବଂ ଏହା ସହିତ ସୀମାନ୍ତ ଜିଲ୍ଲାମାନଙ୍କୁ ମଧ୍ୟ ସତର୍କ କରାଯାଇଛି। ପୋଲିସ ଜିଲ୍ଲା ମୁଖ୍ୟାଳୟ ମଧ୍ୟ ସୀମା ଜିଲ୍ଲାର ସମସ୍ତ ପୋଲିସ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଜାରି କରିଛି। ବାସ୍ତବରେ, ବିହାର ଠିକଣାରେ ଅଶରଫ ଅଲି ଦ୍ୱାରା ନିର୍ମିତ ନକଲି ଆଇଡି ଯାଞ୍ଚକୁ ନେଇ ମୁଖ୍ୟାଳୟ ଏହି ନିର୍ଦ୍ଦେଶ ଦେଇଛି।

ଆତଙ୍କବାଦୀ ଆଶରଫ ଅଲିର ଖୁଲାସା ପରେ ବିହାର ପୋଲିସ ବିଭାଗରେ ଆଲୋଡ଼ନ ସୃଷ୍ଟି ହୋଇଛି ଏବଂ ଏହା ସହିତ ସୀମାନ୍ତ ଜିଲ୍ଲାମାନଙ୍କୁ ମଧ୍ୟ ସତର୍କ କରାଯାଇଛି। ପୋଲିସ ଜିଲ୍ଲା ମୁଖ୍ୟାଳୟ ମଧ୍ୟ ସୀମା ଜିଲ୍ଲାର ସମସ୍ତ ପୋଲିସ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଜାରି କରିଛି। ବାସ୍ତବରେ, ବିହାର ଠିକଣାରେ ଅଶରଫ ଅଲି ଦ୍ୱାରା ନିର୍ମିତ ନକଲି ଆଇଡି ଯାଞ୍ଚକୁ ନେଇ ମୁଖ୍ୟାଳୟ ଏହି ନିର୍ଦ୍ଦେଶ ଦେଇଛି।

ସେପଟେ ସୂଚନା ଅନୁସାରେ, ପାକିସ୍ତାନୀ ଆତଙ୍କବାଦୀ ଅଶରଫ ଦିଲ୍ଲୀରେ ବିବାହ କରିଥିଲେ। କିନ୍ତୁ ତା ପତ୍ରୀ ତା ସହିତ ରହୁନଥିଲା। ପଚରାଉଚରା ବେଳେ ସେ ଅନେକ ତଥ୍ୟ ଲୁଚାଉଛି। ପୋଲିସର ପଚରାଉଚୁରାରେ ଏପର୍ଯ୍ୟନ୍ତ ଜାଣିବାକୁ ମିଳିଛି ଯେ ନୁରୀ ଛଦ୍ମନାମ ଅଶରଫ ନାମକ ଏହି ଆତଙ୍କବାଦୀଙ୍କୁ ଦିଲ୍ଲୀର ପାକିସ୍ତାନୀ ଆତଙ୍କବାଦୀ ସ୍ଲିପର ସେଲର ମୁଖ୍ୟ ମଧ୍ୟ କୁହାଯାଉଛି। ସ୍ଲିପର ସେଲର ମୁଖ୍ୟ ଅର୍ଥାତ ଯେତେବେଳେ ବି ପାକିସ୍ତାନ ସମର୍ଥିତ ଆତଙ୍କବାଦୀମାନେ ଦିଲ୍ଲୀର କୌଣସି ଘଟଣା ଘଟାଇବାକୁ ଚେଷ୍ଟା କରନ୍ତି ସେମାନେ ଅଶରଫଙ୍କ ସହ ଯୋଗାଯୋଗ କରନ୍ତି।