ଝିଅର ଟ୍ୟୁସନ ମାଷ୍ଟରକୁ ସାଙ୍ଗରେ ନେଇ ୟୁରୋପ ସୁଟିଂ ପାଇଁ ଗଲେ ରାଣୀ ମୁଖାର୍ଜୀ

ମୁମ୍ବାଇ ୧୩/୧୦: (ସଂକେତ ଟିଭି) ନିଜ ଝିଅକୁ ଛାଡ଼ି ଦଣ୍ଡେ ରହିବା ମୁଡରେ ନାହାନ୍ତି ବଲିଉଡର ଖଣ୍ଡାଲା ଗର୍ଲ ରାଣୀ ମୁଖାର୍ଜୀ । ଏପରିକି ପୂର୍ବ ପରି ଆଉ ବ୍ୟାକ୍ ଟୁ ବ୍ୟାକ୍ ଫିଲ୍ମ ବି ସାଇନ୍ କରୁ ନାହାନ୍ତି ରାଣୀ । ଝିଅକୁ ଅଧିକ ସମୟ ଦେବା ପାଇଁ ଖୁବ୍ ବାଛି ବାଛି ଫିଲ୍ମ ସାଇନ୍ କରୁଛନ୍ତି ସେ । ଫିଲ୍ମ ନୁହେଁ ଝିଅ ଅଦିରା ମୋର ପ୍ରାଥମିକତା ବୋଲି ବିଭିନ୍ନ ସାକ୍ଷାତକାରରେ ମଧ୍ୟ କହିଛନ୍ତି ଖଣ୍ଡାଲା ଗର୍ଲ ।

ବଲିଉଡର ଜଣାଶୁଣା ପ୍ରଡ୍ୟୁସର ଆଦିତ୍ୟ ଚୋପ୍ରାଙ୍କ ହାତ ଧରିବା ପରେ ନିଜ ଝିଅର ଯତ୍ନ ନେବା ପାଇଁ ଫିଲ୍ମରେ ଆଉ ବେଶି ଆକ୍ଟିଭ ରହୁ ନ ଥିବା ରାଣୀ ମୁଖାର୍ଜୀ ଏବେ ନିଜର ଆଗାମୀ ପ୍ରୋଜେକ୍ଟ ପାଇଁ ବ୍ୟସ୍ତ ଅଛନ୍ତି । ନିଜ ଆଗାମୀ ଫିଲ୍ମ ‘ମିସେସ୍ ଚାଟର୍ଜୀ ଭର୍ସେସ ନରୱେ’ ପାଇଁ ୟୁରୋପର ଏଷ୍ଟୋନିଆ ସହରରେ ଡେରା ପକାଇଛନ୍ତି ରାଣୀ । ଦୀର୍ଘ ୨ ମାସ ଧରି ସେଠାରେ ଏହି ଫିଲ୍ମର ଶୁଟିଂ ଚାଲିବ । ଦୀର୍ଘ ସମୟ ପର୍ଯ୍ୟନ୍ତ କିନ୍ତୁ ନିଜ ଝିଅଠୁ ଦୂରେଇ ଯିବାକୁ ବରଦାସ୍ତ କରି ପାରୁ ନ ଥିବା ରାଣୀ ଝିଅକୁ ବି ନିଜ ସାଙ୍ଗରେ ନେଇ ଯାଇଛନ୍ତି । ହେଲେ ଏହି ସମୟରେ ଝିଅର ପାଠପଢ଼ା ଯେପରି ବାଧାପ୍ରାପ୍ତ ନ ହୁଏ ସେଥିନିମନ୍ତେ ଝିଅର ଟ୍ୟୁସନ ମାଷ୍ଟର, କେୟାର ଟେକରଙ୍କୁ ବି ସାଙ୍ଗରେ ୟୁରୋପ ନେଇ ଯାଇଛନ୍ତି ରାଣୀ । ୟୁରୋପର ଏଷ୍ଟୋନିଆ ସହରରେ ରାଣୀଙ୍କ ଆଗାମୀ ଫିଲ୍ମ ‘ମିସେସ୍ ଚାଟର୍ଜୀ ଭର୍ସେସ ନରୱେ’ର ଶୁଟିଂ ହେଉଥିବା ବେଳେ ସେଠାରେ କରୋନା କଟକଣାକୁ କଡ଼ାକଡ଼ି ଲାଗୁ କରାଯାଉଛି । ଏପରିକି ଭାରତର ୪୦ଜଣିଆ ଟିମ୍କୁ ହିଁ ଶୁଟିଂ ପାଇଁ ଅନୁମତି ମିଳୁଛି ।