ଦାଣ୍ଡିଆ ପାର୍ଟି ଆୟୋଜନ ପାଇଁ ହୋଟେଲ ସିଲ କଲା ବିଏମସି

ଭୂବନେଶ୍ବର ୧୩/୧୦: (ସଂକେତ ଟିଭି) ଭୁବନେଶ୍ବର ସ୍ଥିତ ନିକୋପାର୍କ ଛକରେ ଥିବା 9th ଷ୍ଟ୍ରିଟ୍ ହୋଟେଲ୍ କୁ ବିଏମସି ପକ୍ଷରୁ ସିଲ୍ କରାଯାଇଛି । ପାର୍ବଣ ବେଳେ ଦାଣ୍ଡିଆ ନାଇଟ୍ ଆୟୋଜନ ଏହି ହୋଟେଲ ବିଏମସିଠାରୁ ଅନୁମତି ନେଇନଥିଲା । ୧୩ ଏବଂ ୧୪ ତାରିଖ ଦୁଇ ଦିନ ଡିଜେ ଏବଂ ଦାଣ୍ଡିଆ ନାଇଟ୍ ଆୟୋଜନ ନେଇ ବିଜ୍ଞାପନ ମାଧ୍ୟମରେ ପ୍ରଚାର କରାଯାଇଥିଲା । ଟିକେଟ ମୂଲ୍ୟ 649ଟଙ୍କା ଥିବା ନେଇ ମଧ୍ଯ ପ୍ରଚାର ହୋଇଥିଲା ।

ବିଏମସି କମିସନର ଏନେଇ ଖବର ପାଇବା ପରେ ଏକ ଟିମକୁ ଉକ୍ତ ହୋଟେଲକୁ ପଠାଇଥିଲେ । ଦକ୍ଷିଣ ପୂର୍ବ ଜୋନାଲ ଡେ଼ପୁଟି କମିଶନର ଅଂଶୁମାନ ରଥଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏବଂ କଟକଣାର ସମ୍ପୂର୍ଣ୍ଣ ଉଲ୍ଲଂଘନ ଘଟିଥିବା ଦେଖିବାକୁ ପାଇଥିଲେ । ଉକ୍ତ ହୋଟେଲ ମଧ୍ୟ ବିଏମସିର ଅନୁମତି ଆଣିନଥିବା ଗୋଚର ହେବା ପରେ ସ୍ପେସାଲ ସ୍ୱାର୍ଡ ହୋଟେଲକୁ ସିଲ କରିଥିଲେ ।