ରାଜ୍ଯରେ ବଢିଲା କରୋନା ସଂକ୍ରମଣ, ରେଡ୍ ଜୋନକୁ ଆସିଲା ଖୋର୍ଦ୍ଧା

ଭୂବନେଶ୍ବର ୧୩/୧୦: (ସଂକେତ ଟିଭି) ରାଜ୍ୟରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ଗୋଟିଏ ଦିନରେ ୬୧୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ପୁଣି ଖୋର୍ଦ୍ଧା ରେଡ୍ ଜୋନକୁ ଫେରିଛି । ଖୋର୍ଦ୍ଧାରୁ ଦିନକରେ ୩୨୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲାର ପଜିଟିଭ୍ ରେଡ୍ ଏବଂ ଆକ୍ଟିଭ୍ କେସ୍ କୁ ଦେଖି ତାକୁ ରେଡ୍ ଜୋନ୍ ରେ ରଖିବା ପାଇଁ ରାଜ୍ଯ ସ୍ବାସ୍ଥ୍ଯ ବିଭାଗ ଘୋଷଣା କରିଛି । ସଚେତନତା ହିଁ ସଂକ୍ରମଣ ରୋକିବ । ତେଣୁ ପାର୍ବଣରେ ଭିଡ ନକରି ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି ।

ପର୍ବ ପର୍ବାଣୀ ଯୋଗୁଁ ଖୋର୍ଦ୍ଧା ଓ କଟକ ଜିଲ୍ଲାକୁ ଅଧିକ ଲୋକ ଆସୁଛନ୍ତି । ଏଠି ସଂକ୍ରମଣ ଟିକିଏ ବଢ଼ିଛି । ରାଜ୍ୟର ସଂକ୍ରମଣ ଉପର ତଳ ହେଉଛି । ଏବେ ଦୈନିକ ସଂକ୍ରମଣ ୪ଶହରୁ ବଢି ୬ଶହ ରହୁଛି । ଏହା ନିହାତି ଭାବେ ଚିନ୍ତାଜନକ ବୋଲି ସେ କହିଛନ୍ତି।

ରାଜ୍ୟରେ ଦୈନିକ ୪୦୦ରୁ ୬୦୦ ସଂକ୍ରମଣ ରହୁଛି ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୩୩୨୮୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫୨୦୩ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୧୯୭୬୪ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୦୮୨୭୯୨୦ ସାମ୍ପୁଲ ଟେଷ୍ଟ୍ ହୋଇଛି ।