ଅର୍ଥନୀତିକୁ ନୂଆ ଗତି ଦେବା ପାଇଁ ଗତି ଶକ୍ତି ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ ୧୩/୧୦: (ସଂକେତ ଟିଭି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗତିଶକ୍ତିର ଶୁଭାରମ୍ଭ କରିଛନ୍ତି । ଆର୍ଥିକ କ୍ଷେତ୍ର ସହିତ ବହୁ ସ୍ତରୀୟ ସଂଯୋଗ ପାଇଁ ୧୦୦ ଲକ୍ଷ କୋଟିର ଜାତୀୟ ମାଷ୍ଟର ପ୍ଲାନ୍‌ ର ଶୁଭାରମ୍ଭ ସମୟରେ ଦେଶବାସୀଙ୍କୁ ସମ୍ବୋଧନ କରି ମୋଦି କହିଛନ୍ତି ଦେଶର ଅର୍ଥନୀତିକୁ ଆଗକୁ ନେବ ଗତିଶକ୍ତି । ଏହା ସହିତ ଅଗ୍ରଗତି ପାଇଁ କାମ, ଯୋଜନା କରିବାକୁ ସେ ମନ୍ତ୍ର ଦେଇଛନ୍ତି ।

ଗତିଶକ୍ତି ମଲ୍ଟି ମଡେଲ ସଂଯୋଗ ପାଇଁ ପ୍ରଧାନମନ୍ତ୍ରୀ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଅଟେ । ଚଳିତ ବର୍ଷ ଅଗଷ୍ଟ ୧୫ ସ୍ବାଧିନତା ଦିବସରେ ଲାଲକିଲାରୁ ‘ଗତି ଶକ୍ତି ଯୋଜନା’ର ଘୋଷଣା କରିଥିଲେ ମୋଦି । ୧୦୦ ଲକ୍ଷ କୋଟି ଟଙ୍କାର ଏହି ଯୋଜନାକୁ ଲଞ୍ଚ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଯୋଜନା ଦେଶରେ ନିଯୁକ୍ତି ଅବସର ସୃଷ୍ଟି କରିବାରେ ସହାୟକ ହେବ । ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପଗୁଡିକ ପାଇଁ ହିତାଧିକାରୀଙ୍କ ପାଇଁ ସାମଗ୍ରିକ ଯୋଜନା ସଂସ୍ଥାପନ କରି ପିଏମ ଗତିଶକ୍ତି ଭବିଷ୍ୟତ ସମସ୍ୟାର ସମାଧାନ କରିବ । ମହାମାରୀ କୋରୋନା ଅର୍ଥ ବ୍ୟବସ୍ଥାର ଅଣ୍ଟା ଭାଙ୍ଗି ଦେଇଛି । ତେବେ ବର୍ତ୍ତମାନ ଧିରେ ଧିରେ ଏହି ଅର୍ଥନୀତି ଟ୍ରାକକୁ ଫେରୁଛି । ଏହାକୁ ଆହୁରି ଗତି ଦେବା ପାଇଁ ନୂଆ ନୂଆ ଯୋଜନାର ଶୁଭାରମ୍ଭ ହେଉଛି । ସେଥିମଧ୍ୟରୁ ଗତିଶକ୍ତି ଯୋଜନା ଗୋଟିଏ ।

ପ୍ରଧାନମନ୍ତ୍ରୀ ଗତି ଶକ୍ତି ଯୋଜନା ମାଧ୍ୟମରେ ଦେଶର ଯୁବବର୍ଗଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇ ଦିଆଯିବ । ଏହି ଯୋଜନା ମାଧ୍ୟମରେ ସ୍ଥାନୀୟ ଉତ୍ପାଦକମାନେ ସର୍ବଭାରତୀୟ ସ୍ତରରେ ପ୍ରତିଯୋଗୀ ହୋଇପାରିବେ । ଏହାଦ୍ବାରା ଶିଳ୍ପଗୁଡ଼ିକର ବିକାଶ ହେବ । ଏଥିରେ ରେଳ, ସଡକ ଏବଂ ରାଜପଥ, ପେଟ୍ରୋଲିୟମ ଏବଂ ଗ୍ୟାସ, ବିଦ୍ୟୁତ୍, ଟେଲିକମ୍, ପରିବହନ, ବିମାନ ଚଳାଚଳ ଏବଂ ଶିଳ୍ପ ପାର୍କ ବିଭାଗ ସହିତ କେନ୍ଦ୍ର ସରକାରଙ୍କ ୧୬ଟି ବିଭାଗ ଅନ୍ତର୍ଭୂକ୍ତ କରାଯିବ। କେନ୍ଦ୍ରର ସମସ୍ତ ୧୬ ବିଭାଗର ଉଚ୍ଚ ପଦାଧିକାରୀଙ୍କ ଏକ ନେଟୱାର୍କ ଯୋଜନା ଗ୍ରୁପ ଗଠନ କରାଯିବ ।

ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ସୂଚନା ଦେଇଛନ୍ତି ଯେ ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଭିତ୍ତିଭୂମି ସଂଯୋଗ ପ୍ରକଳ୍ପର ସମନ୍ୱିତ ଯୋଜନା ଏବଂ ସମନ୍ୱିତ କାର୍ଯ୍ୟକାରିତାକୁ ପ୍ରୋତ୍ସାହିତ କରିବା। ଏନେଇ ଗୋୟଲ କହିଛନ୍ତି ଯେ ଏହି ବିଭାଗରେ ରେଳବାଇ, ପେଟ୍ରୋଲିୟମ, ଶକ୍ତି, ବିମାନ ଚଳାଚଳ, ସଡକ ପରିବହନ, ଜାହାଜ, ଆଇଟି, ଟେକ୍ସଟାଇଲ ଇତ୍ୟାଦି ୧୬ ଟି ମନ୍ତ୍ରଣାଳୟକୁ ଅନ୍ତର୍ଭୁକ୍ତ କରାଯାଇଛି। ସମସ୍ତ ପ୍ରକଳ୍ପକୁ ଜିଏସ୍ ମୋଡରେ ରଖିଛନ୍ତି, ଯାହା ୨୦୨୪-୨୫ ସୁଦ୍ଧା ଶେଷ ହେବାର ଲକ୍ଷ୍ୟ ରଖାଯାଇଛି।

ସମସ୍ତ ବିଭାଗ ମଧ୍ୟରେ ସମନ୍ବୟ ସୃଷ୍ଟି କରି ବିକାଶ କାର୍ଯ୍ୟକୁ ଶୀଘ୍ର ଶେଷ କରିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ସମସ୍ତ ପ୍ରକଳ୍ପକୁ ଜିଆଇଏସ ମୋଡରେ ରଖାଯାଇଛି। ପ୍ରକଳ୍ପଗୁଡ଼ିକୁ ୨୦୨୪-୨୫ ସୁଦ୍ଧା ଶେଷ ଏହା ସହିତ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପ୍ରଗତି ପାଇଁ ଇଛାଶକ୍ତି, ପ୍ରଗତି ଲାଗି କାର୍ଯ୍ୟ, ସମୃଦ୍ଧି ପାଇଁ ପ୍ରଗତି, ପ୍ରଗତି ପାଇଁ ଯୋଜନା, ପ୍ରଗତି ହିଁ ପସନ୍ଦ। ଗତି ଶକ୍ତି ଯୋଜନା ଦ୍ୱାରା ଭାରତର ଇଛାଶକ୍ତି ବୃଦ୍ଧି ପାଇବା ସହିତ ଆତ୍ମନିର୍ଭର ଭାରତ ଗଠନ କ୍ଷେତ୍ରରେ ନୂଆ ଆଧ୍ୟାୟ ଯୋଡ଼ି ହେବ। ଏହା ସହିତ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସେ କହିଛନ୍ତି।