ଆର୍ୟ୍ଯନ ଖାନ ଗିରଫ ହେବା ପରେ କାମ ପାଉନାହାଁନ୍ତି ଶାହରୁଖଙ୍କ ଡୁବ୍ଲିକେଟ ରାଜୁ ରହିକୱାର

ମୁମ୍ବାଇ ୧୩/୧୦: (ସଂକେତ ଟିଭି) ବଲିଉଡ ସୁରଷ୍ଟାର ଶାହାରୁଖ ଖାନଙ୍କ ପାଇଁ ବର୍ତ୍ତମାନ ସମୟ ବହୁତ କଷ୍ଟକର । ଅଭିନେତାଙ୍କ ପୁଅ ଆର୍ଯ୍ୟନ ଖାନ ଡ୍ରଗ୍ ମାମଲାରେ ଫସି ଆର୍ଥର ରୋଡ ଜେଲରେ ଅଛନ୍ତି । କିନ୍ତୁ ଶାହାରୁଖଙ୍କ ଯୋଗୁଁ ଆଉ ଜଣେ ବ୍ୟକ୍ତି ଅଛନ୍ତି ଯିଏକି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଶାହାରୁଖଙ୍କ ପରି ଦେଖାଯାଉଥିବା ରାଜୁ ରହିକୱାର ମଧ୍ୟ ଏହି କାରଣରୁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ନିକଟରେ ହୋଇଥିବା ଏକ ଇଣ୍ଟରଭ୍ୟୁରେ ସେ ଏ ବିଷୟରେ କହିଛନ୍ତି । ରାଜୁ କହିଛନ୍ତି, ଅକ୍ଟୋବର ୧୦ରେ ସେ ଜୟପୁରରେ ଏକ ବାର୍ଥ ଡେ ପାର୍ଟିରେ ଯୋଗଦେବାର । ଏହା ବ୍ୟତୀତ ତାଙ୍କୁ ଆସନ୍ତା ସପ୍ତାହରେ ମଧ୍ୟ ଅନ୍ୟ ଏକ ଇଭେଣ୍ଟରେ ସାମିଲ ହେବାର ଥିଲା । କିନ୍ତୁ ଉଭୟ ଇଭେଣ୍ଟକୁ କ୍ୟାନସେଲ୍
କରାଗଲା ।

ଅର୍ଗାନାଇଜର ତାଙ୍କୁ କହିଲେ ଯେ ବର୍ତ୍ତମାନ ସମୟରେ ଶାହାରୁଖ ଖାନଙ୍କ ଯେଉଁ ଇମେଜ୍ ଅଛି ସାଧାରଣ ଲୋକମାନେ ତାହାକୁ ସହଜ ଅନୁଭବ କରୁନାହାଁନ୍ତି । ଅଭିନେତା ତାଙ୍କ ବ୍ୟକ୍ତିଗତ ଜୀବନ ସହ ଜଡିତ ସମସ୍ୟା ସେୟାର କରି କହିଛନ୍ତି, ସେ ଏହି ଦୁଇଟି ଇଭେଣ୍ଟରୁ ଯେଉଁ ଟଙ୍କା ପାଇଥାନ୍ତେ, ସେଥିରେ ସେ ନିଜ ପିଲାମାନଙ୍କର ସ୍କୁଲ ଫି ଭରିଥାନ୍ତେ ।କିନ୍ତୁ ବର୍ତ୍ତମାନ ସବୁକିଛି ଓଲଟପାଲଟ ହୋଇଯାଇଛି । ତେବେ ରାଜୁଙ୍କ ଶାହାରୁଖ ଖାନଙ୍କ ନିକଟରେ କୌଣସି ଅଭିଯୋଗ ନାହିଁ ଏବଂସେ ତାଙ୍କୁ ତାଙ୍କ ଗଡ ଫାଦର ବୋଲି ବିବେଚନା କରନ୍ତି ।